ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ଓଡିଶାର ବିଭିନ୍ନ ବିଶ୍ବବିଦ୍ୟାଳୟରେ ପୂରଣ ହେବ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ । ଏନେଇ ୫୦୪ ଟି ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ବାହାରିଛି ବିଜ୍ଞପ୍ତି । ୫୦୪ ଟି ପଦବୀ ମଧ୍ୟରେ 148 ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।
ବିଭିନ୍ନ ବିଷୟରେ ନିଯୁକ୍ତ ହେବେ ଏହି ଅଧ୍ୟାପକ ଓ ଅଧ୍ୟାପିକା । ଏନେଇ ଫେବୃଆରୀ ୧୫ରୁ ମାର୍ଚ୍ଚ ୧୪ମଧ୍ୟରେ ଆବେଦନ କରିହେବ । ଓଡିଶା ଲୋକସେବା ଆୟୋଗ ପକ୍ଷରୁ ଏହି ନିଯୁକ୍ତି ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।