ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆ ଦିଲ୍ଲୀ : ଅନଲାଇନ ଠକେଇ ଶିକାର ହେଲେ ମୁଖ୍ୟମନ୍ତ୍ରୀ ଙ୍କ ଝିଅ । ବ୍ୟବହାର ହୋଇ ସାରିଥିବା ସୋଫା ସେଟକୁ ବିକ୍ରି କରିବାକୁ ଯାଇ ୩୪,୦୦୦ ଟଙ୍କା ହରାଇଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କ ଝିଅ ହର୍ଷିତା କେଜ୍ରିୱାଲ ।ସୂତ୍ରରୁ ଜଣାପଡିଛି ଯେ ସାଇବର ଠକ ବିଶ୍ବାସ ଜିତିବା ପାଇଁ ପ୍ରଥମେ ହର୍ଷିତା ଙ୍କ ଆକାଉଣ୍ଟ କୁ କିଛି ଟଙ୍କା ପଠାଇଥିଲେ । ପରେ ହର୍ଷିତା ଙ୍କ ନିକଟକୁ ପଠାଯାଇଥିବା ଏକ କଠିନ କ୍ୟୁଆର କୋଡ଼ ବ୍ୟବହାର କରି ଅଭିଯୁକ୍ତ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଥିଲେ । ସିଭିଲ ଲାଇନ ପୁଲିସ ଷ୍ଟେସନ ରେ ଏ ନେଇ ଏକ ମାମଲା ରୁଜୁ କରାଯାଇଛି । ଏବଂ ପୁଲିସ ଏହାର ତଦନ୍ତ କରୁଛି ବୋଲି ସୂତ୍ରରୁ ପ୍ରକାଶ । ଚାଷୀ ଆନ୍ଦୋଳନ କୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚର୍ଚ୍ଚା ରେ ଥିବା ବେଳେ ଏବେ ତାଙ୍କ ଝିଅ ର ଆକାଉଣ୍ଟ ରୁ ଟଙ୍କା ଚୋରି ହେବା ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।ଜଣେ ମୁଖ୍ୟମନ୍ତ୍ରୀ ଙ୍କ ଝିଅ ର ଆକାଉଣ୍ଟ ରୁ ୩୪୦୦୦ ଟଙ୍କା ଚୋରି ହେବା ଖବର ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସୋସିଆଲ ମିଡିଆରେ ଏନେଇ ଅରବିନ୍ଦ କେଜ୍ରିୱାଲ ଟ୍ରୋଲିଂ ର ଶିକାର ହୋଇଛନ୍ତି ।