ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କରୋନା ମହାମାରୀ କୁ ଦୃଷ୍ଟି ଦେଇ ଏ ବର୍ଷ ଖଣ୍ଡଗିରି ମେଳା ବନ୍ଦ କରାଯିବାକୁ ନିଷ୍ପତ୍ତି ନିଆ ଯାଇଛି । କେବଳ ପରମ୍ପରା ପାଳନ ପାଇଁ ବିଏମସି ନିଷ୍ପତ୍ତି ନେଇଛି । କୋଭିଡ ଗାଇଡ ଲାଇନ ମୁତାବକ ପରମ୍ପରା ପାଳନ ହେବ, କୌଣସି ଯାତ୍ରା ପେଣ୍ଡାଲ ବା ମେଳା ପାଇଁ ଷ୍ଟଲ ପଡ଼ିବନାହିଁ । ମେଳା ସଂପର୍କରେ ବିଏମସି ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରିକରାଯାଇଛି ।