ସନ୍ଷ୍ଟାର ଟିଭି ବ୍ୟୁରୋ
ଚେନ୍ନାଇ ଟେଷ୍ଟରେ ଟିମ୍ ଇଣ୍ଡିଆର ଶୋଚନୀୟ ପରାଜୟ । ଇଂଲଣ୍ଡଠାରୁ ୨୨୭ ରନରେ ପରାଜୟ କରିଛି ଭାରତ । ଦ୍ୱିତୀୟ ଇନିଂସରେ ମାତ୍ର ୧୯୨ ରନରେ ଅଲଆଉଟ ହୋଇଛି ଦଳ । ପ୍ରଥମ ଇନିଂସରେ ଇଂଲଣ୍ଡ ୫୭୮ ରନ କରିଥିଲା । ଜବାବରେ ଭାରତ ୩୩୭ ରନ କରି ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୧୭୮ ରନ କରି ଅଲଆଉଟ ହୋଇଥିଲା । ଏହା ପରେ ଭାରତକୁ ବିଜୟ ପାଇଁ ୪୨୦ ରନର ଲକ୍ଷ୍ୟ ଥିଲା । ହେଲେ ଭାରତ ପଞ୍ଚମ ଦିନରେ ମାତ୍ର ୧୯୨ ରନ କରି ଅଲଆଉଟ ହୋଇଛି । ଦଳ ତରଫରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୨ ରନ କରିଥିବା ବେଳେ ଇଂଲଣ୍ଡ ତରଫରୁ ଲିଚ ୪ଟି ୱିକେଟ ନେଇଛନ୍ତି । ୪ ଟିକିଆ ସିରିଜରେ ଇଂଲଣ୍ଡ୧-୦ରେ ଆଗରେ ରହିଛି ।