ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:କୁହାଯାଏ ମା ର ମମତା ଆଗରେ ସବୁ ଫିକା ପଡିଯାଏ । ସମସ୍ତଙ୍କ ଖୁସି ପାଇଁ ମା ର ବଳିଦାନ ର ମୂଲ୍ୟ କିଏ ବା ସୁଝି ପାରିବ । ନିଜ ଛୁଆକୁ ପଣତରେ ଘୋଡେ଼ଇ ରଖିଥାଏ ମା,ଦୁନିଆର ସବୁ ଶକ୍ତି ଫିକା ପଡ଼ିଯାଏ ମା ର ଭଲପାଇବା ଆଗରେ , କିନ୍ତୁ ବେଳେବେଳେ ସେଇ ମା କୁ ଦୁଃଖରେ କଷ୍ଟରେ ଦେଖିଲେ ମନେହୁଏ ଏ ଦୁନିଆରେ ଆଉ ମଣିଷପଣିଆ ନାହିଁ ।ଆଜି ଅବିବେକି ମାଲିକ ର ଅମାନୁଷିକତା ଆଗରେ ହାର ମନିଛି ମା ର ମମତା ।
ଗୋମାତା, ହିନ୍ଦୁ ଧର୍ମରେ ଗାଈକୁ ମା ର ମାନ୍ୟତା ଦିଆଯାଇଛି। ଗାଈକୁ ଭଗବାନଙ୍କ ଭଳି ପୂଜା କରାଯାଏ । ଖାଲିସେତିକି ନୁହେଁ ଗୋମାତା ବି ଆମକୁ କ୍ଷୀର, ଗୋବର ଦେଇଥାଏ ଯାହାର ବ୍ୟବହାର ଆଉ ଉପାଦେୟ ତ ଆମେ ସବୁ ଜାଣିଛେ। ହେଲେ ନିଜର ସ୍ବାର୍ଥ ହାସଲ ହୋଇଯିବା ପରେ ସେଇ ଗୋମାତା କୁ ରାସ୍ତାକଡ଼ରେ ଫୋପଡ଼ିଦେଇଛି ସ୍ୱାର୍ଥପର ମାଲିକ ।
ନୟାଗଡ଼ ଜିଲ୍ଲା ରଣପୁର ଗ୍ରାମରେ ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ରଣପୁର ଗ୍ରାମର ଚଣ୍ଡେଶ୍ୱର ସାହିର ଢେଙ୍କୁ ନାମକ ଜଣେ ବ୍ୟକ୍ତି ନିଜ ଘରେ ରଖିଥିବା ଗାଈ ବୁଢ଼ୀ ହୋଇଯିବାରୁ ଏବଂ ତାର ପେଟ ଫୁଲିଯାଇ ଗଭୀର କ୍ଷତ ପହଞ୍ଚିବାରୁ ତାକୁ ରାସ୍ତା କଡରେ ଆଣି ଫୋପାଡ଼ିଦେଇଥିବା କିଛି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଅନ୍ୟପଟେ ସେହି ଗାଈକୁ ସେମାନେ ସେବା କରିବେ ବୋଲି କହିବା ସହ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଏ ଦୃଶ୍ୟକୁ ଦେଖିଲେ ସତରେ ମଣିଷପଣିଆ କୁ ନେଇ ପ୍ରଶ୍ନ ଉଠୁଛି ।