ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : କରୋନା ସମୟରେ ଅଭିଭାବକଙ୍କ ଆର୍ଥିକ ଅବସ୍ଥା ସୁଦୃଢ ନଥିବା ବେଳେ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଛାତ୍ରଛାତ୍ରୀଙ୍କ ଠାରୁ ସମୁଦାୟ ହଷ୍ଟେଲ ଫି ବିଜ୍ଞପ୍ତି ପ୍ରକାଶ କରିଛନ୍ତି । କରୋନା ପାଇଁ ୯ ମାସ ଧରି ହଷ୍ଟେଲ ବନ୍ଦ ଥିଲେ ମଧ୍ୟ କତ୍ତୃପକ୍ଷ ଏହାକୁ ବାଦ ନଦେଇ ବର୍ଷ ଯାକର ଫି ଆଦାୟ ପାଇଁ ବିଜ୍ଞପ୍ତି ଜାରି କଲାପରେ ଛାତ୍ରଛାତ୍ରୀମାନେ କିଛି ଆଶ୍ୱସ୍ତି ନ ପାଇ ଆଜି ଶତାଧିକ ଛାତ୍ରୀ ମାନେ ପି . ଜି କାଉନସିଲ ଘେରାଉ କରିଥିଲେ । ଦୀର୍ଘ ୩ ଘଣ୍ଟା ର ନାରାବାଜୀ ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପି .ଜି କାଉନସିଲ ଚେୟାରମ୍ୟାନ ବସନ୍ତ ମଲ୍ଲିକ , ଓ୍ବାଡେନ ଦୁର୍ଗା ଶଙ୍କର ପଟ୍ଟନାୟକ ଏବଂ ଅନ୍ୟାନ୍ୟ ପଦାଧିକାରୀ ମାନେ ଆଲୋଚନା କରିବା ପରେ ଛାତ୍ରଛାତ୍ରୀ ଙ୍କ ସ୍ବାର୍ଥ କୁ ଦେଖି ଉଭୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୩୯୦୦ ଏବଂ ୨୯୦୦ ରୁ କମେଇ ୧୨୫୦ ଟଙ୍କା ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ନେବେ ବୋଲି ଘୋଷଣା କରିଥିଲେ । ଏହି ଆନ୍ଦୋଳନ ରେ ଛାତ୍ର ନେତ୍ରୀ ସିମ୍ରନ ସିଂ ରାଜପୁତ,ଶାଶ୍ୱତୀ ପରିଡା,ରଶ୍ମିତା ବେହେରା,ରୁନିତା ପ୍ରଧାନ,ଲକ୍ଷ୍ମୀପ୍ରିୟା ସାମଲ,ଛାତ୍ର ନେତା ମିର ଅଵ ଦୁଲ ମହମ୍ମଦ , ଉମର ଶେଖ ମହମ୍ମଦ ହାନିଫ , ଗଙ୍ଗାରାମ ତାନି ପ୍ରମୁଖ ଉପସ୍ଥିତ ରହି ଏହାର ନେତୃତ୍ୱ ନେଇଥିଲେ।