ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପ୍ରତ୍ୟାହାର ହେଲା ଶ୍ରୀମନ୍ଦିର ଲାଗି ପ୍ରସ୍ତାବିତ ବିବାଦୀୟ ବାଇ- ଲ । ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର କରାଯିବା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ସୂଚନା ଦେଇଛନ୍ତି ପ୍ରସ୍ତାବିତ ବାଇ -ଲ’ ପ୍ରତ୍ୟାହାର ଦାବି କରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ସାଂସଦ ଭେଟିଥିଲେ ଓଡ଼ିଶାର ସାଂସଦମାନେ ଏନଏମଏର ବାଇ -ଲ’ କୁ ପ୍ରତ୍ୟାହୃତ କରିବାକୁ ଭେଟି ଆଜି ଦାବି ଜଣାଇଥିଲେ । ଉଭୟ ବିଜେଡି – ବିଜେପି ସାଂସଦ ଙ୍କ ଦାବି ପରେ ବାଇ -ଲ’ କୁ ପ୍ରତ୍ୟାହାର ହୋଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂଙ୍କ ନିଜ ଟ୍ବିଟ ପୋଷ୍ଟ ରେ କହିଛନ୍ତି ଯେ ପୁରୀ ଶ୍ରୀମନ୍ଦିର ଲାଗି ସମସ୍ତ ନିଷ୍ପତ୍ତି ଓଡ଼ିଆ ଭାଷାରେ ନିଆଯିବ । ଏଥିସହ କୈଣସି ପଦକ୍ଷେପ ନେବା ପୂର୍ବରୁ ଆପୋଷ ବୁଝାମଣା ହେବ । ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଶ୍ରୀମନ୍ଦିର ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଜଗନ୍ନାଥଙ୍କ କାର୍ଯ୍ୟରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ ବୋଲି କହିଥିଲେ । ପ୍ରସ୍ତାବିତ ବାଇ -ଲ’ କୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ନବୀନ କହିଥିଲେ । ଏହି ପ୍ରସ୍ତାବ ଆସିବା ପରଠାରୁ ରାଜ୍ୟରେ ଅସନ୍ତୋଷ ଦେଖାଯିବା ସହ ବାଇ -ଲ’ କୁ ବିରୋଧ କରାଯାଇଥିଲା।