ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଅଚାନକ ବିଦ୍ୟାଳୟ ଗସ୍ତ ।ରବିବାର କେମିତି ଚାଲିଛି ପାଠପଢା, ତାହାର ଅନୁଧ୍ୟାନ କରିବାକୁ ଅଚାନକ ବାଣୀବିହାର ୟୁନିଭରସିଟି ହାଇସ୍କୁଲ ପରିଦର୍ଶନ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ରବିବାର ୫୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ରହୁଛି, ସେଥିରେ ସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ। ସେହିପରି ଆସନ୍ତାକାଲି ନବମ ଓ ଏକାଦଶ ପାଇଁ ସ୍କୁଲ ଖୋଲିବାର ବ୍ୟବସ୍ଥା ସମୀକ୍ଷା ବି କରିଛନ୍ତି। ରାଜ୍ୟ ସରକାରଙ୍କ SOP ଆଧାରରେ ସ୍କୁଲ ଖୋଲିବ। ହୁଏତ ରବିବାର ଶିକ୍ଷାଦାନ ଯୋଗୁ ଚାପରେ ପଡୁଛନ୍ତି ଶିକ୍ଷକ, ସେମାନଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ। ୧୦୦ ଦିନିଆ ପାଠ୍ୟକ୍ରମ ପାଇଁ ଏହା ଆବଶ୍ୟକ ବୋଲି ସେ କହିଛନ୍ତି।