ସନ୍ଷ୍ଟାର ଟିଭି ବ୍ୟୁରୋ
କୋରାପୁଟ: ପୁଲିସ୍ ମହା-ନିର୍ଦ୍ଦେଶକ ଅଭୟ ରବିବାର କୋରାପୁଟ ଜିଲ୍ଲା ଗସ୍ତକରି ଜିଲ୍ଲା ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟର ନୂତନ କୋଠା ଉଦ୍ଘାଟନ କରିବା ସହ ନକ୍ସଲ ଦମନ, ଚୋରା ଗଞ୍ଜେଇ ଚାଲାଣ ଉପରେ ସମୀକ୍ଷା କରିଛନ୍ତି। ପୁଲିସର ନକ୍ସଲ ବିରୋଧୀ ଅଭିଯାନ ଯୋଗୁଁ କୋରାପୁଟ ଜିଲ୍ଲାରେ ନକ୍ସଲ କାର୍ଯ୍ୟକଳାପ ହ୍ରାସ ପାଇଥିବାବେଳେ ରୋଚା ଗଞ୍ଜେଇ ଚାଲାଣରେ ଜିଲ୍ଲା ପୁଲିସ୍ ଉଲେଖନୀୟ ସଫଳତା ହାସଲ କରି ରାଜ୍ୟରେ ପ୍ରଥମସ୍ଥାନ ଅଧିକାର କରିଥିବା ସେ ସୂଚନା ଦେଇଥିଲେ। ଚୋରା ଗଞ୍ଜେଇ ଚାଲାଣକାରୀଙ୍କ ବିରୋଧରେ କୋରାପୁଟ ଜିଲ୍ଲା ପୁଲିସ ସଫଳତା ପାଇଥିବାରୁ ପ୍ରଶଂସା କରାଯାଇଛି। ଗତ ବର୍ଷକ ମଧ୍ୟରେ ଜିଲ୍ଲା ପୁଲିସ୍ ନକ୍ସଲ୍ ମୁକାବିଲା ଓ ଚୋରା ଗଞ୍ଜେଇ ଚାଲାଣରେ ଯେଉଁ ସଫଳତା ପାଇଛି ଆସନ୍ତା ବର୍ଷରେ ମଧ୍ୟ ତାହା ବଜାୟ ରହିବ ବୋଲି ଆଶାବ୍ୟକ୍ତ କରିଥିଲେ। ମାଓବାଦୀ ନକ୍ସଲ ସଙ୍ଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ଆହ୍ୱାନ୍ ଦେବା ସହ ରାଜ୍ୟକୁ ନକ୍ସଲ୍ ଶୂନ୍ୟ କରିବାକୁ ସରକାର ସମସ୍ତ ଉଦ୍ୟମ ଜାରି ରଖିଥିବା ବକ୍ତବ୍ୟ ରଖିଛନ୍ତି।
ସମୀକ୍ଷା ବୈଠକରେ ଏଡିଜି ୟୋଶବନ୍ତ କୁମାର ଜେଠୁୱା, ଗୋଇନ୍ଦା ନିର୍ଦ୍ଦେଶକ ଆର କେଶର୍ମା, ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ପଣ୍ଡିତ୍ ରାଜେଶ ଉତମ ରାଓ,ଏସପି ବରୁଁ ଗୁଣ୍ଟୁପାଲ୍ଲି , ବିଏସଏଫ୍, କୋବ୍ରା, ସିଆରପିଏଫ୍ କମାଣ୍ଡାଣ୍ଟ ଓ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।