ସନ୍ଷ୍ଟାର ଟିଭି ବ୍ୟୁରୋ
କୋଲକାତା: ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ପଶ୍ଚିମବଙ୍ଗ ଓ ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ଦୁଇ ରାଜ୍ୟରେ ମୋଦି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ପଶ୍ଚିମବଙ୍ଗର ହଲଦିଆରେ ଏକ ରାଲିକୁ ସମ୍ବୋଧିତ ମଧ୍ୟ କରିବେ ମୋଦି ।
ସେପଟେ, ଆସାମରେ ପିଏମଙ୍କୁ ସ୍ବାଗତ କରିବାକୁ ଜୋରଦାର ପ୍ରସ୍ତୁତି କରାଯାଇଛି । ଯାହାକୁ ନେଇ ମୋଦି ନିଜେ ଟ୍ବିଟ କରି କହିଛନ୍ତି ଯେ, ଆସାମରେ ଅତ୍ୟନ୍ତ ଉତ୍ସାହ ଦେଖି ବହୁତ ଆନନ୍ଦ ମିଳିଛି । ଆସାମ ଯିବାକୁ ପୁଣି ଥରେ ସୁଯୋଗ ମିଳିଥିବାରୁ ବେଶ ଖୁସି ଲାଗୁଛି । ଏଥର ଆସାମର ସମ୍ପୂର୍ଣ୍ଣ ବିକାଶ କ୍ଷେତ୍ରରେ କାମ କରିବି ବୋଲି ମୋଦି ଟ୍ବିଟ କରି କହିଛନ୍ତି ।
ଆସାମ ଗସ୍ତରେ ମୋଦି ଆସି ସୋନିତପୁରରେ ଦୁଇଟି ଡାକ୍ତରଖାନା ଭିତ୍ତିପ୍ରସ୍ତର ରଖିବେ । ଆସୋମ ମାଲା’ର ଶୁଭାରମ୍ଭ କରିବା ସହ ରାଜ୍ୟ ରାଜପଥ ଓ ପ୍ରମୁଖ ଜିଲ୍ଲାର ରାସ୍ତାର କରିବେ ଶୁଭାରମ୍ଭ । ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧.୪୫ ରେ ସାରିବା ପରେ ସେଠାରୁ ସେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ।
ମୋଦି ହଳଦିଆ ସନ୍ଧ୍ୟା ୪ଟାରେ ପହଞ୍ଚିବା ପରେ ସେଠାରେ ଏକ ଜନସଭାକୁ ସମ୍ବୋଧିତ କରିବେ । ଏହା ପରେ ୪.୪୫ ରେ ବିପିସିଏଲ ଦ୍ବାରା ନିର୍ମିତ ଏଲପିଜି ଇମ୍ପୋର୍ଟ ଟର୍ମିନାଲକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହା ସହିତ ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ ନିର୍ମାଣ ହେଉଥିବା ଧୋବି-ଦୁର୍ଗାପୁର ପ୍ରାକୃତିକ ଗ୍ୟାସ ପାଇପଲାଇନ ଡିଭିଜନକୁ ମଧ୍ୟ ଉଦଘାଟନ କରିବେ |