ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ୱାଇ: ଅଶ୍ଳୀଳ ଭିଡିଓ ସୁଟିଂ କରିବା ପଡ଼ିଲା ମହଙ୍ଗା । ଜେଲ୍ ଗଲେ
ଏକତା କପୁରଙ୍କ ୱେବ୍ ସିରିଜ୍ ‘ଗନ୍ଦି ବାତ୍’ର ଅଭିନେତ୍ରୀ ଗେହାନା ବସିଷ୍ଟ । ନିଜ ୱେବସାଇଟରେ ଅଶ୍ଳୀଳ ଭିଡିଓ ସୁଟ୍ କରି ଅପଲୋଡ୍ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ୍ । ସୂଚନା ଅନୁଯାୟୀ, ଆଜି ପୁଲିସ ଏହି ଅଭିନେତ୍ରୀଙ୍କୁ କୋର୍ଟରେ ହାଜର କରିବ । ଏହି ମାମଲାରେ ପୁଲିସ କିଛି ମଡେଲ ଏବଂ ପାର୍ଶ୍ୱ ଅଭିନେତ୍ରୀଙ୍କୁ ମଧ୍ୟ ଗିରଫ କରିଥିବା ସୂଚନା ରହିଛି । ଗେହେନା ବଶିଷ୍ଟ ପ୍ରାୟ ୮୦ ଟି ବିଜ୍ଞାପନ, ୭ଟି ୱେବ୍ ସିରିଜ୍ ଓ କିଛି ସିନେମାରେ ମଧ୍ଯ ନଜର ଆସିଛନ୍ତି ।
ମୁମ୍ବାଇ ପୋଲିସ ଗେହେନାଙ୍କୁ ଗିରଫ କରିବା ପରେ ତାଙ୍କ ସମ୍ପତ୍ତି ଉପରେ ମଧ୍ୟ ଚଢାଉ କରିଛି । ସେ ପର୍ଣ୍ଣ ଭିଡିଓ ସୁଟିଂ କରିବା ସହ ସେ ଏକ ପର୍ଣ୍ଣ ରାକେଟ୍ ଚଳାଉଥିବା କଥା ପୁଲିସ ତାଙ୍କୁ ପଚରାଉଚରା ବେଳେ ଜାଣିବାକୁ ପାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ, ମଡ ଦ୍ୱୀପରେ ଥିବା କିଛି କୋଠାକୁ ଫିଲ୍ମ ସୁଟିଂ ନାମରେ ଅଶ୍ଳୀଳ ଭିଡିଓ ସୁଟିଂ ପାଇଁ ବ୍ୟବହୃତ ହେଉଥିଲା । ଏ ନେଇ ପୁଲିସକୁ କିଛି ପୀଡ଼ିତା ଅଭିଯୋଗ କରିବା ପରେ ପୁଲିସ ଚଢ଼ାଉ ପାଇଁ ଯୋଜନା କରିଥିଲା । ଫେବ୍ରୁଆରି ୫ରେ ପୁଲିସ ମଡ ଦ୍ୱୀପରେ ଚଢ଼ାଉ କରିବା ପରେ ଚାକିରି ପାଉନଥିବା ଯୁବକ-ଯୁବତୀଙ୍କୁ ଫିଲ୍ମ ଦେବାର ଲୋଭ ଦେଖାଇ ଗେହେନା ପର୍ଣ୍ଣ ଭିଡିଓ ସୁଟ୍ କରାଉଥିବା ଜଣାପଡ଼ିଥିଲା । ଚଢ଼ାଉ ସମୟରେ ପୁଲିସ ୨ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା ବୋଲି ଜଣାପଡ଼ିଛି । ସେମାନଙ୍କୁ ପଚରାଉଚରା କରିବା ପରେ ଗେହେନାଙ୍କ କଳା କାରନାମା ସାମ୍ନାକୁ ଆସିଥିଳା ।