ସନଷ୍ଟାର ଟିଭି ବ୍ୟୁରୋ
କୋରାପୁଟ: ରାଜ୍ୟରେ ହ୍ରାସ ପାଉଛି ମାଓବାଦୀଙ୍କ କାର୍ଯ୍ୟକଳାପ । ଏ ନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ।ଆର୍ମଡ଼ ପୁଲିସ ଫୋର୍ସର ଉଦଘାଟନ ସମୋରୋହରେ ଯୋଗ ଦେଇ ସେ ଏହି ସୂଚନା ଦେଇଛନ୍ତି ।
ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶା ପୁଲିସ ଚଳିତ ବର୍ଷ ମାଓ ଗତିବିଧି ଉପରେ ରୋକ ଲଗାଇଛି। ଛଅଟି ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ ଗତବର୍ଷ ତୁଳନାରେ ହ୍ରାସ ପାଇଛି। ଆସନ୍ତା ବର୍ଷ ପାଇଁ ରଣନୀତି ପ୍ରସ୍ତୁତ ହୋଇଥିବା ବେଳେ ମାଓ ଗତିବିଧି ଓ ଗଞ୍ଜେଇ ଚୋରା ଚାଲାଣ ସହ ଅନ୍ୟ ଅପରାଧିକ କାର୍ଯ୍ୟକଳାପ ହ୍ରାସ କରିବା ପାଇଁ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।