ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ଵାଇ: ବଲିଉଡ୍ କୁଇନ କଙ୍ଗନା ରାଣାଓ୍ଵତ ସୋସିଆଲ୍ ମିଡିଆରେ ନିଜର ପ୍ରତିକ୍ରିୟା ରଖି ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି । ସେ ଯିଏବି ହେଉନା କାହିଁକି କଙ୍ଗନା କାହାକୁ ଛାଡନ୍ତି ନାହିଁ । ତେବେ ନିକଟ ଅତୀତରେ ତାଙ୍କର କ୍ରୋଧର ଶିକାର ହୋଇଛନ୍ତି ଜଣେ କଂଗ୍ରେସ ନେତା । ରାଜସ୍ଥାନର କଂଗ୍ରେସ ବିଧାୟକ ହରିଶ ଚନ୍ଦ୍ର ମିନା ସହିତ ତାଙ୍କର ସୋସିଆଲ କଥା କଟାକଟି ହେବାର ଦେଖାଯାଇଛି ।
ସୋସିଆଲ୍ ମିଡିଆରେ ପ୍ରଥମେ କଂଗ୍ରେସ ନେତା କଙ୍ଗନାଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ କରିଥିଲେ । ସେ ଟ୍ଵିଟରରେ ଲେଖିଥିଲେ ଯେ କଙ୍ଗନାଙ୍କ ପାଖରେ ଏପରି କେଉଁ ଯୋଗ୍ୟତା ଅଛି ଯେ ସେ ସବୁ କଥାରେ କମେଣ୍ଟ କରୁଛନ୍ତି, ନା ସେ କେବଳ ସୋସିଆଲ୍ ମିଡିଆରେ ଗୋଟିଏ ମୋହରା ବନିବାକୁ ଚାହୁଁଛନ୍ତି ।ସେ ଆଉ ମଧ୍ୟ ଲେଖିଥିଲେ ଯେ ମୁଁ କଙ୍ଗନାଙ୍କର ଏକାଡେମିକ ଓ ରାଜନୈତିକ ଯୋଗ୍ୟତା ବିଷୟରେ ନିଶ୍ଚୟ ଜାଣିବାକୁ ଚାହିଁବି ।
Am intrigued to know, what competence does @KanganaTeam have to comment on every topic,or is she just a pawn,in social media power play. Would like to know her academic/political credentials @SreenivasanJain @ravishndtv
— Harish Chandra Meena (@HC_meenaMP) February 5, 2021
ଯେତେବେଳେ ସୋସିଆଲ୍ ମିଡିଆରେ ଏହି ଟ୍ଵିଟ ଭାଇରାଲ ହେଲା ତ କଙ୍ଗନା ମଧ୍ୟ ନିଜ ଅନ୍ଦାଜରେ ଏହାର ଜବାବ ରଖିଥିଲେ ।କଙ୍ଗନା ନିଜକୁ କୁଇନ କହି କେତେକ ସୋସିଆଲ୍ ମିଡିଆ ବ୍ୟବହାରୀକାରୀକୁ ବୋକା ବୋଲି ସମ୍ବୋଧିତ କରି ନିଜର ଉତ୍ତର ରଖିଥିଲେ । ସେ ଲେଖିଥିଲେ ‘ମୋ ଯୋଗ୍ୟତା…. ମୁଁ ବିଶ୍ଵାସ କରେ ଯେ ମୁଁ ନିଜକୁ ଏକ ଆଭରେଜ ମଣିଷ ଭାବିଥାଏ ।କିନ୍ତୁ ସୋସିଆଲ୍ ମିଡିଆରେ ଥିବା କେତେକ ବୋକା ଲୋକଙ୍କୁ ଲିଡ କରିବାକୁ ମୁଁ ବେଷ୍ଟ ଅଟେ । ତ ଆପଣଙ୍କୁ ନିଜ ରାଣୀ ସାମ୍ନାରେ ନଇଁବାର ଆବଶ୍ୟକ ଅଛି ।
 
My credentials …. ha ha I truly believe I am an average human being but among so many fools here on social media I am the best person to lead … so bow down to your Queen 👑 https://t.co/l2Xqf1QBe7
— Kangana Ranaut (@KanganaTeam) February 5, 2021
ତେବେ ଆଗକୁ ଏହାର ଉତ୍ତର କଣ ଆସୁଛି ଦେଖିବା ବାକି ରହିଲା ।