ସନ୍ଷ୍ଟାର ଟିଭି ବ୍ୟୁରୋ
ବିହାର: ସାମାନ୍ୟ କଳହରୁ ବାପା ମାରିପାରେ ନିଜ ପୁଅକୁ । ବିହାରରେ ମୁଜାଫ୍ଫରପୁର ର ବାସ୍ଦେବପୁର ମୁଶହରି ଗାଁରେ ଘଟିଛି ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସାମାନ୍ୟ ଘଟଣା ପାଇଁ ଅତି ନୃଂଶସ ଭାବେ ପୁଅକୁ ହତ୍ୟା କରିଛି ବାପା ।ସାହେବଗଞ୍ଜ ଥାନା ଅନ୍ତର୍ଗତ ମୁଶହରୀ ଗ୍ରାମରେ ବାପା ରାମଲଖନ ମୁଖିଆ ଓ ପୁଅ ରାମପୁକାର ମୁଖିଆ ଙ୍କ ମଧ୍ୟରେ ମାଛକୁ ସାମାନ୍ୟ ନେଇ ବଚସା ଦେଖାଯାଇଥିଲା । ତେବେ ଏହି ବଚସା ଏତେ ମାତ୍ରାରେ ବଢିଯାଇଥିଲା ଯେ ଦୁଇ ଜଣଯାକ ଦୁଇ ଜଣଙ୍କ ମରଣାତ୍ମକ ଆକ୍ରମଣ କରିଥିଲେ । ବାପା କ୍ରୋଧାନ୍ଵିତ ହୋଇ ପୁଅର ପେଟକୁ ଛୁରୀରେ ଥରକ ବାରମ୍ଵାର ଭୁସି ଚାଲିଲା ।ତେବେ ସ୍ଥାନୀୟ ଲୋକ ଆହାତ ପୁଅକୁ ସାହେବଗଞ୍ଜ ପ୍ରାଥମିକ ଚିକିତ୍ସାଳୟକୁ ନେଇଥିଲେ ।ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଘଟଣାର ଅନୁଧ୍ୟାନ କରୁଥିବା ପୋଲିସ ଏହି ଘଟଣାର ସୂଚନା ଦେଇ କହିଛନ୍ତି ଉଭୟ ବାପା ପୁଅ ମାଛ ବ୍ୟବସାୟୀ ଅଟନ୍ତି ।କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ଓ ଏହି ବଚସା ଏତେ ମାତ୍ରାରେ ବଢି ଯାଇଥିଲା ଯେ ବାପା ପୁଅକୁ ହତ୍ୟା କରିବାକୁ ମଧ୍ୟ ପଛାଇ ନଥିଲା । ତେବେ ମୃତକର ବାପାଙ୍କୁ ଗିରଫ କରାଯିବା ସହ ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ପୋଲିସ ସୂଚନା ଦେଇଛି ।