ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଚଳିତ ବର୍ଷ ଏପ୍ରିଲ ମାସରୁ ବଢିପାରେ ବିଦ୍ୟୁତ ଶୁକ୍ଳ । ବିଦ୍ୟୁତ ଦର ନିର୍ଦ୍ଧାରଣ ପାଇଁ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ଲସି)ରେ ଶୁଣାଣି ଆରମ୍ଭ ହୋଇଯାଇଛି । ଦୁଇ ବିଦ୍ୟୁତ ଉତ୍ପାଦନ ସଂସ୍ଥା ଓପିଜିସି ଏବଂ ଓଏଚ୍ପିସି ଶୁଣାଣିରେ ଭାଗନେଇ ଟାରିଫ ବୃଦ୍ଧି ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି । ଓପିଜିସି ଚାରି ପଇସା ବୃଦ୍ଧି ପାଇଁ ଦାବି କରିଥିବା ବେଳେ ଓଏଚ୍ପିସି ପାଖାପାଖି ୨ ଟଙ୍କା ୬୭ ପଇସା ଦାବି କରିଛି । ଓଏଚ୍ପିସି କହିଛି ଯେ ଚଳିତବର୍ଷ ସେ ୫ ହଜାର ୬୧୯ ମିଲିଅନ ୟୁନିଟ୍ ବିଦ୍ୟୁତ୍ ଉତ୍ପାଦନ କରିବ ଓ ଏଥିଲାଗି ୫୩୫ କୋଟି ୮୪ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ବୋଲି କହିଛି ।
ଏହାକୁ ଟାରିଫ୍ ଆକାରରେ ଆଦାୟ କରିବା ପାଇଁ ଓଏଚ୍ପିସି ଯୁକ୍ତି କରିଛି । ୟୁନିଟ୍ ପିଛା ପାଖାପାଖି ୪ ପଇସା ବୃଦ୍ଧି ପାଇଁ ଦାବି କରିଛି ଓଏଚ୍ପିସି ।କିନ୍ତୁ ବିଦ୍ୟୁତ୍ ଦର ବୃଦ୍ଧିକୁ ବିରୋଧ କରିଛି ଉପଭୋକ୍ତା ମହାସଂଘ । ଟାରିଫ୍ ବୃଦ୍ଧି ହେଲେ ଦୃଢ଼ ଭାବରେ ବିରୋଧ କରାଯିବ ବୋଲି ମହାସଂଘ କହିଛି । କିନ୍ତୁ ଏହାର ଦର କେତେ ବଢିବ ତାହା ୧୯ ତାରିଖରେ ଜଣା ପଡିବ । କାରଣ ଏହାର ଶେଷ ଶୁଣାଣି ୧୯ ତାରିଖରେ ଅଛି ।