ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ କୃଷକମାନଙ୍କ ଆନ୍ଦୋଳନ ତ୍ରୀବ୍ର ରୂପ ନେବାରେ ଲାଗିଛି ।ତେବେ ଆଜି ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଘ ପକ୍ଷରୁ ଦେଶବ୍ୟାପୀ ଚକାଜାମ୍ ଡାକରା ଦିଆଯାଇଛି । ଆଜି ଦିନ ୧୨ଟାରୁ ଅପରାହ୍ନ ୩ଟା ଯାଏଁ ଦେଶସାରା ଗାଡି ଚଳାଚଳ ବନ୍ଦ ରହିବ । ଦିଲ୍ଲୀରେ ୧୨ଟି ମେଟ୍ରୋ ଷ୍ଟେସନରେ ହାଇଆର୍ଲଟ ଜାରି କରାଯାଇଛି ଏହି ସମୟରେ ଲୋକଙ୍କୁ କୃଷି ଆଇନ ସମ୍ପର୍କରେ ଅବଗତ କରାଇବେ ଚାଷୀ । ଏହା ପରେ ଚାଷୀମାନେ ଜିଲ୍ଲା ଓ ବ୍ଲକ ସ୍ତରରେ ଅଧିକାରୀଙ୍କୁ ନିଜ ସମସ୍ୟା ଜଣାଇବେ ।
ତେବେ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଚକାଜାମ୍ ହେବନି ବୋଲି ଚାଷୀ ସଂଗଠନ କହିଛନ୍ତି । ଆଜିର ଚକାଜାମ ନିଷ୍ପତ୍ତିକୁ ସମର୍ଥନ କରିଛି ଓଡ଼ିଶା । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ କରିବ । ବିକ୍ଷୋଭ ପ୍ରଦର୍ଶନ ସହ କୃଷକଙ୍କ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ଲୋକଙ୍କୁ ବୁଝାଇବେ ନବନିର୍ମାଣ କୃଷକ ସଂଗଠନ କର୍ମକର୍ତ୍ତା । ସେହିପରି ଚକାଜାମ୍ ନିଷ୍ପତ୍ତିକୁ ସମର୍ଥନ କରିଛି ରାଜ୍ୟ କଂଗ୍ରେସ ।
ଅପରପକ୍ଷରେ ଦିଲ୍ଲୀ ପୋଲିସ ବର୍ଡର ଉପରେ ବୁହସ୍ତରୀୟ ବ୍ୟାରିକେଡ୍ ସହିତ କଣ୍ଟା ମଧ୍ୟ ଲଗାଇଛି । ଦିଲ୍ଲୀ ଭିତରରେ ମଧ୍ୟ ସୁରକ୍ଷାର କଡ଼ା ବ୍ୟବସ୍ଥା କରାଯାଇଛି ।ତେବେ ଜାନୁଆରୀ ୨୬ ରେ ଚାଷୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏଥର ଦିଲ୍ଲୀ ପୋଲିସ ଆନ୍ଦୋଳନର ସଜାଗ ରହିଛି । ପ୍ରାୟ ୫୦ ହଜାର ପୋଲିସ ଦିଲ୍ଲୀ ରାଜରାସ୍ତାରେ ନିୟୋଜିତ ହୋଇଛନ୍ତି । କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଦିଲ୍ଲୀ ପୋଲିସ ସଜାଗ ରହିଛନ୍ତି ।