ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: କେନ୍ଦ୍ରୀୟ ରେଲୱେ ବଜେଟକୁ ନେଇ ଓଡିଶାରେ ରାଜନୈତିକ ଦଳଗୁଡିକ ମଧ୍ୟରେ ବିବାଦ ଦେଖାଯାଇଛି । ଗତ କାଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ରେଳ ବଜେଟରେ ଓଡ଼ିଶାକୁ ନ୍ୟାୟ ଦିଆଯାଇନାହିଁ ବୋଲି କହିଥିଲେ ।ସେ ଆଉ ମଧ୍ୟ କହିଥିଲେ ଯେ ରାଜ୍ୟ ସରକାର ସମସ୍ତ ସହଯୋଗ କରୁଥିବା ବେଳେ କେନ୍ଦ୍ର ରେଳ ବଜେଟରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିଛନ୍ତି । ରେଲୱେ ବଜେଟକୁ ନୈରାଶ୍ୟଜନକ କହିବା ସହ ବିଜେପି ଉଦ୍ଦେଶ୍ୟମୂଳକ ଭାବେ ଲୁଣ୍ଠନ କରିବାକୁ ଚେଷ୍ଟା କରୁଛି ବୋଲି କହିଥିଲେ । ମୋଦି ସରକାରଙ୍କୁ ବ୍ରିଟିଶ ସରକାରଙ୍କ ସହିତ ତୁଳନା କରିଥିଲେ ଲେନିନ । ତେବେ ଏହାର କଡା ଜବାବ ରଖିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଆଜି ପ୍ରେସ ମିଟ ଡକାଇ ଏହି ବିଷୟରେ ଆଲୋଚନା କରିଛନ୍ତି ।
ରାଜ୍ୟ ସରକାର ମୋଦି ସରକାରଙ୍କୁ ଅଯଥା ଦୋଷାରୋପ କରୁଛନ୍ତି ବୋଲି କହିଥିଲେ ବିଜେପି ନେତ୍ରୀ ।ଓଡିଶାର ଐତିହ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ନାମରେ ଏହାକୁ ରାତି ଅଧିଆ ଲୁଟି କଳାପାହାଡ ପରି ବିଜେଡି କାର୍ଯ୍ୟ କରିଛି ବୋଲି କହିଛନ୍ତି ।