ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଦ୍ରୁତଗତିରେ ଗାଡି ଚଳାଉଥିଲେ ହୋଇଯାଆନ୍ତୁ ସାବଧାନ । କାରଣ ପୋଲସ ନଥିଲେ ମଧ୍ୟ ଆପଣ ଧରାପଡିପାରିବେ । ଦ୍ରୁତଗତିରେ ଯାଉଥିବା ଯାନବାହାନକୁ ଚିହ୍ନଟ କରିବା ପାଇଁ ଆସିବ ସ୍ୱତନ୍ତ୍ର ସଫ୍ଟୱେୟାର । ଏହାକୁ ବିକଶିତ କରିବା ପାଇଁ ଆଇଆଇଟି ଭୁବନେଶ୍ୱରକୁ ଦାୟିତ୍ୱ ଦିଆଯାଇଛି । ସରକାର ମଧ୍ୟ ଏ ସମ୍ପର୍କରେ ଏକ ପ୍ରୋଜେକ୍ଟ ରିପୋର୍ଟ ଦାଖଲ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି ।
ଏହି ବାବଦକୁ ୧୬ ଲକ୍ଷ ୧୦ ହଜାର ଟଙ୍କାର ବ୍ୟୟବରାଦ ହେବ ବୋଲି ପ୍ରସ୍ତାବରେ କୁହାଯାଇଛି । ଆଇଆଇଟି ଭୁବନେଶ୍ୱରର ସ୍କୁଲ ଅଫ୍ ଇଲେକ୍ଟ୍ରୋନିକ୍ସ ସାଇନ୍ସ ଏହା ଉପରେ କାର୍ଯ୍ୟ କରୁଛି । ସଫ୍ଟୱେୟାର ବିକଶିତ କରିବାକୁ ରାଡାର ଟେକ୍ନୋଲଜିର ବ୍ୟବହାର କରାଯାଉଥିବା ସୂଚନା ମିଳିଛି । ତେବେ ଏହା ଖୁବ୍ ଶିଘ୍ର କାର୍ଯ୍ୟକାରୀ କରାଯିବ ।