ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ବଜେଟ ଅନୁମୋଦନ ହେଲା ପରେ ପ୍ରଥମ ଥର ପାଇଁ ଏମ୍ଏସ୍ପି ର ବୈଠକ ବସିଛି । ଏହି ବୈଠକରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ନୂଆ କ୍ରେଡିଟ୍ ପଲିସିର ସମୀକ୍ଷା କରିଛି । ଏହି ବୈଠକରେ ରେପୋ ରେଟରେ କୌଣସି ପରିବର୍ତ୍ତନ କରିଯିବ ନାହିଁ ବୋଲି ନିଷ୍ପତି ନିଆଯାଇଛି । ଏହାର ଅର୍ଥ ରେପୋ ରେଟ୍ ଏବେ ମଧ୍ୟ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତରେ ରହିବ ।ତେବେ ଏହାକୁ ନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ୨୦୨୧ର ଆରମ୍ଭରେ ହିଁ ଆର୍ଥିକ ବୃଦ୍ଧି କ୍ଷେତ୍ରରେ ସକରାତ୍ମକ ପରିସ୍ଥିତି ଦେଖାଯାଉଛି ଓ ଅର୍ଥ ବ୍ୟବସ୍ଥାକୁ ପୁନରୁଦ୍ଧାର କରିବାର ମଧ୍ୟ ସବୁଜ ସଂକେତ ମିଳିଛି । ରିଜର୍ଭ ବ୍ୟାଙ୍କ ଆଗାମୀ ଆର୍ଥିକ ବର୍ଷ ୨୦୨୧-୨୨ରେ ଜିଡିପିରେ ୧୦.୫ ପ୍ରତିଶତ ବୃଦ୍ଧିର ଅନୁମାନ କରିଥିଲା । ଶକ୍ତିକାନ୍ତ ଦାସଙ୍କ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ ଜାନୁଆରୀ-ମାର୍ଚ୍ଚ ଭିତରେ ମହଙ୍ଗା ଦର ୫.୨ ପ୍ରତିଶତ ହୋଇପାରେ ।