ସନ୍ଷ୍ଟାର ଟିଭି ବ୍ୟୁରୋ
କୋରାପୁଟ: ଉଦ୍ଘାଟନ ହେଲା କୋଟିଆ ପ୍ରକଳ୍ପ । ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆରେ ବିଭିନ୍ନ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି ।ଦେଓମାଳି ଛକରୁ କୋଟିଆ ପୂର୍ତ୍ତ ବିଭାଗ ରାସ୍ତା, କୋଟିଆରେ ନିର୍ମାଣ ହୋଇଥିବା ୧୦ ଶଯ୍ୟା ବିଶିଷ୍ଟ ମେଡ଼ିକାଲ, କ୍ଲଷ୍ଟର ଗୃହ, ସ୍କୁଲ ଗୃହ, ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ଆଦିକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ଉଦ୍ଘାଟନୀ ଉତ୍ସବ ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମାଲକାନଗିରି ଠାରୁ ମୟୁରଭଞ୍ଜ ଓ କୋରାପୁଟ ଠାରୁ କଟକ ଯାଏଁ ସବୁ ଅଞ୍ଚଳର ବିକାଶ ପାଇଁ ମୁଁ ପ୍ରତିଶୃତିବଦ୍ଧ । ଶିକ୍ଷା, ସ୍ଵାସ୍ଥ୍ୟ ଠାରୁ ଆରମ୍ଭ କରି ସାମାଜିକ ନିରାପତ୍ତା ଆଦି ସବୁ କ୍ଷେତ୍ରରେ ବିକାଶ କରିବା ପାଇଁ ପଦକ୍ଷେପ ନିଆଯାଉଛି । କୋଟିଆ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ ଭାବେ ଗଢି ତୋଳିବା ପାଇଁ ମୁଁ ପ୍ରତିଶୃତି ବଦ୍ଧ ।