ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଭାରତରେ ବିକଶିତ ହେଲା AK-47ର ଛୋଟ ଭର୍ସନ ସ୍ବଦେଶୀ Baby TAR ଆସଲ୍ଟ ରାଇଫଲ । ଦେଖିବାକୁ ଛୋଟ ହେଲେ ମଧ୍ୟ ଏହା ଖୁବ୍ ଘାତକ ଅଟେ । ଏହା ମାତ୍ର ଏକ ମିନିଟରେ ୭୦୦ ଗୁଳି ମାଡ କରିପାରେ ।ତେବେ ଏହାକୁ ବିକଶିତ କରିଛନ୍ତି ଇଣ୍ଡିଆନ୍ସ ଅର୍ଡନାନ୍ସ ଫ୍ୟାକ୍ଟ୍ରି , ତିରୁଚିରାପଲ୍ଲି । ଏହା AK-47 ର ଛୋଟ ଭର୍ସନ। । ଏହା ଏକ ମିନିଟ୍ ଭିତରେ ୭୦୦ ଗୁଳି ମାଡ କରିଥାଏ । ତ୍ରିଚି ଅର୍ଡିନାନ୍ସ ଫ୍ୟାକ୍ଟ୍ରି ୨୦୧୭ରେ ଏହାର ଉତ୍ପାଦନ କରୁଛି । କିଛି ସମୟ ପୂର୍ବରୁ ଭାରତୀୟ ସେନା 9X19 ମିଲିମିଟରର କାର୍ବାଇନର ପ୍ରଦର୍ଶନ କରାଯାଇଥିଲା । ଏହାପରେ ଏହି ହତିଆର ଆସିବା ଦ୍ବାରା ଭାରତୀୟ ସେନା ଓ ସୁରକ୍ଷାବଳ ନିକଟ ଯୁଦ୍ଧରେ ଏହାର ସଠିକ ଭାବରେ ଉପଯୋଗ କରିପାରିବେ ।
Baby TARର ପୁରା ନାଁ ବେବି ତ୍ରିଚି ଆସଲ୍ଟ ରାଇଫଲ (Baby Trichy Assault Rifle)। ଏବେ ଭାରତୀୟ ସେନା ସହିତ ଏହାର ଅନୌପଚାରିକ ପରୀକ୍ଷା ଚାଲିଛି । ଏହାର ଫାୟରିଂ କାପାବିଲିଟି ଖୁବ୍ ଭଲ ରହିଛି । ଏଥିରେ AK-47 ର ଗୁଳି ଭର୍ତ୍ତି କରିହେବ । ଏହି ଗୁଳି ବହୁଳ ମାତ୍ରାରେ ତିଆରି ଓ ଉତ୍ପାଦିତ କରାଯାଉଛି। ତେଣୁ ଏହି ରାଇଫଲ ପାଇଁ ଗୁଳି କେବେ କମ୍ ପଡିବନି।
ଏଥିରେ AK-47 ଭଳି ୩୦ ରାଉଣ୍ଡ ଗୁଳି, ମୁଭିଂ ବକ୍ସ ମାଗାଜିନ୍ ଲାଗିଥାଏ। ଏହାର ବ୍ୟାରେଲ୍ ଅର୍ଥାତ ନଳୀ ୧୬ ଇଞ୍ଚରୁ ହ୍ରାସ କରି ୮.୩ କରିଦିଆଯାଇଛି । ଏହା ୧୫୦ ମିଟର ପର୍ଯ୍ୟନ୍ତ ସଠିକ ଭାବରେ ଟାର୍ଗେଟ କରିଥାଏ । ବିନା ଗୁଳିରେ ଏହି ରାଇଫଲର ଓଜନ ୨.୭ କିଲୋଗ୍ରାମ । ଏହା AK-47ଠାରୁ ଏକ କିଲୋଗ୍ରାମ ହାଲକା ।