ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ଏବେ ବିଶ୍ୱବ୍ୟାପୀ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି। ସଂସଦରେ ବି ବିରୋଧିମାନେ ଲଗାତାର ଏହି ପ୍ରସଙ୍ଗ ଉଠାଉଛନ୍ତି। ଶୁକ୍ରବାର କୃଷି ମନ୍ତ୍ରୀ ନରେନ୍ଦ୍ର ସଂହ ତୋମାର ରାଜ୍ୟ ସଭାରେ ୩ ବିବାଦୀୟ କୃଷି ଆଇନ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ଏପରି କି କଂଗ୍ରେସ ଲୋକଙ୍କ ରକ୍ତରେ ଚାଷ କରେ ବୋଲି ମନ୍ତ୍ରୀ କହିଛନ୍ତି।
ରାଜ୍ୟସଭା ରେ କୃଷି ମନ୍ତ୍ରୀ ନରେନ୍ଦ୍ର ସଂହ ତୋମାର କହିଛନ୍ତି ଯେ, ଦେଶର ସମସ୍ତ କୃଷକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମୋଦି ସରକାର କୃଷି କ୍ଷେତ୍ରରେ ସୁଦ୍ଧାର ଆଣିଛନ୍ତି। ସେଥିରେ ୩ଟି କୃଷି ଆଇନ ମଧ୍ୟ ସାମିଲ ଅଛି। ଏହି ଆଇନ ଲାଗୁ ହେଲେ କୃଷକଙ୍କ ଆୟ ବୃଦ୍ଧି ହେବା ସହ ସେମାନଙ୍କ ଉନ୍ନତି ହେବ। କିନ୍ତୁ କିଛି ଲୋକଙ୍କ ପ୍ରରଚନାରେ ଆସି କେବଳ ଗୋଟିଏର ଲୋକ ମିଛ ଖବର ପ୍ରସାର କରୁଛନ୍ତି।