ସନ୍ଷ୍ଟାର ଟିଭି ବ୍ୟୁରୋ
କଟକ: ରାଜ୍ୟରେ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଦ୍ବିତୀୟ ପର୍ଯ୍ୟାୟ କରୋନା ଟିକାକରଣ । ଏହାର ଦିନକ ପୂର୍ବରୁ କଟକ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ କୋଭିଡ୍ ଟିକା ନେବାକୁ ପରାମର୍ଶ ଦେଲେ ଜିଲ୍ଲାପାଳ । ତେବେ ଯେଉଁମାନେ ଟିକା ନେବାରୁ ରାଜି ନହେବେ ସେମାନଙ୍କ ଦରମା ବନ୍ଦ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ । ଏନେଇ ଶୁକ୍ରବାର ବିଭିନ୍ନ ବିଭାଗକୁ ଚିଠି ଲେଖି କଟକ ଜିଲ୍ଲାପାଳ ଜଣାଇଛନ୍ତି । ତେବେ ଫେବୃଆରୀ ୧୦ ତାରିଖ ସୁଦ୍ଧା ଜିଲ୍ଲାର ସମସ୍ତ କରୋନା ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକା ନେବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।