ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଫେବୃଆରୀ ୬ରେ ନୂତନ କୃଷି ଆଇନ ବିରୋଧରେ କାଲି ଦେଶବ୍ୟାପି କୃଷକ ସଂଗଠନ ପକ୍ଷରୁ ‘ଚକଅଖ ଜାମ୍’ ଡାକରା ଦିଆଯାଇଛି । ଏହାକୁ ସମର୍ଥନ ଜଣାଇ ଓଡ଼ିଶାରେ ମଧ୍ୟ ଆସନ୍ତାକାଲି ‘ଚକଅଖ ଜାମ୍’କୁ ପାଳନ କରାଯିବ । ଆସନ୍ତାକାଲି ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଜ୍ୟରେ ୨୨ରୁ ୨୩ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରାଯିବ ବୋଲି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କରାଯାଇଛି।
ରାସ୍ତାରେ ବିକ୍ଷୋଭ କରିବା ସହ କେନ୍ଦ୍ର ସରକାର କୃଷକମାନଙ୍କ ଉପରେ କରୁଥିବା ଅତ୍ୟାଚାର ବିଷୟରେ ବୁଝାଯିବ ବୋଲି ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ସରକାରଙ୍କ ବିରୋଧରେ ଏହି ଡାକରା ପ୍ରଥମେ ଦେଶବ୍ୟାପୀ ‘ଚକ ଜାମ୍’ ହେବ ବୋଲି କୁହାଯାଇଥିଲା। ତେବେ ପରେ ନିଷ୍ପତ୍ତି କ୍ରମେ ଏହା କୁହାଯାଇଛି ଯେ ଫେବ୍ରୁଆରି ୬ ତାରିଖରେ ସଟ୍ଡାଉନ୍ ହେବ ନାହିଁ କେବଳ ‘ଚକା ଜାମ’ କାର୍ଯ୍ୟକ୍ରମ କରାଯିବ ।