ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କେନ୍ଦ୍ରୀୟ ରେଲୱେ ବଜେଟରେ ଓଡ଼ିଶାକୁ ମିଳିଥିବା ଅନୁଦାନକୁ ନେଇ ଅସନ୍ତୋଶ ପ୍ରକାଶ କରିଛି ଓଡିଶା ଶାସକ ଦଳ ବିଜେଡି । ଆଜି ପ୍ରେସ ମିଟ ଡକାଇ କେନ୍ଦ୍ର ରେଲ୍ଓ୍ଵେ ବଜେଟ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ଲେନିନ ମହାନ୍ତି । ସେ କହିଛନ୍ତି ଯେ ରେଳ ବଜେଟରେ ଓଡ଼ିଶାକୁ ନ୍ୟାୟ ଦିଆଯାଇନାହିଁ। ରାଜ୍ୟ ସରକାର ସମସ୍ତ ସହଯୋଗ କରୁଥିବା ବେଳେ କେନ୍ଦ୍ର ରେଳ ବଜେଟରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିଛି ।
ରେଲୱେ ବଜେଟକୁ ନୈରାଶ୍ୟଜନକ କହିବା ସହ ଉଦ୍ଦେଶ୍ୟମୂଳକ ଭାବେ ଲୁଣ୍ଠନ ଭାବେ ଚେଷ୍ଟା ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି । ସ୍ୱାଧୀନତା ପରେ ୬ଟି ନୂଆ ରେଳ ଲାଇନ୍ ବ୍ୟବସ୍ଥା ହୋଇଛି । କଟକ-ପାରାଦୀପ (୮୩ କିମି), ତାଳଚେର-ସମ୍ବଲପୁର (୧୭୪ କିମି), କୋରାପୁଟ-ରାୟଗଡ଼ା (୧୬୪ କିମି), ଦୈତାରୀ-ବାଂଶପାଣି(୧୫୫ କମି) ଏବଂ ଲାଞ୍ଜିଗଡ଼-ଜୁନାଗଡ଼ (୫୬ କିମି) ରେଳଲାଇନ୍ ହୋଇଛି । ଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ୍ ଆଂଶିକ ଭାବେ ମାତ୍ର ୩୦ରୁ ୪୦ ପ୍ରତିଶତ ସମ୍ପନ୍ନ ହୋଇଛି ।
ଓଡ଼ିଶା ପ୍ରତିବର୍ଷ କେନ୍ଦ୍ରକୁ ୨୦ ହଜାର କୋଟି ଟଙ୍କା ରାଜସ୍ୱ ଦେଉଛି । ପରିତାପର କଥା ରାଜ୍ୟର ୬ ଜିଲ୍ଲାକୁ ଏବେ ଯାଏ ରେଳ ଲାଇନ୍ ଛୁଇଁ ପାରିନାହିଁ । ବିଗତ ୭ ବର୍ଷରେ କେନ୍ଦ୍ର ସରକାର ଲକ୍ଷେ ୪୦ ହଜାର କୋଟି ଟଙ୍କା ପାଇଥିବା ବେଳେ ପ୍ରତିବର୍ଷ ୨ ହଜାର କୋଟି ଟଙ୍କା ହିସାବରେ ୧୪ ହଜାର କୋଟି ଟଙ୍କା ମିଳିଛି । ଏହା ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ସୂଚାଉଛି ବୋଲି ବିଜେଡି ମତ ଦେଇଛନ୍ତି ।