ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ମାଟ୍ରିକ ପରୀକ୍ଷା ନିମନ୍ତେ ତାରିଖ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆସନ୍ତା ମେ ମାସ ୩ ତାରିଖରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେବ ଓ ମେ ୧୫ ରେ ଶେଷ ହେବ । ମାଧ୍ୟମିକ ସଂସ୍କୃତ ବିଦ୍ୟାଳୟରେ ମେ ୩ ରୁ ମେ ୧୨ ଯାଏଁ ଅନୁଷ୍ଠିତ ହେବ । ତେବେ ଓଡିଶା ଓପନ ବିଦ୍ୟାଳୟ ଗୁଡିକରେ ମେ ୩ ରୁ ପରୀକ୍ଷା କରାଯାଇ ମେ ୧୫ରେ ଶେଷ ହେବ ।
ତେବେ କିଛି ଦିନ ପୂର୍ବରୁ ରାଜ୍ୟ ସରକାର ଦଶମ ବୋର୍ଡ ପରୀକ୍ଷା ନିମନ୍ତେ କରାଯାଉଥିବା ଫର୍ମ ପୂରଣର ଅବଧି ତାରିଖ ମଧ୍ୟ ଘୁଞ୍ଚାଇଥିଲେ । ପୂର୍ବରୁ ଫେବୃଆରୀ ୨ ତାରିଖ ଯାଏଁ ଫର୍ମ ପୂରଣ ଅବଧି ରହିଥିବା ବେଳେ ଏବେ ଏହା ୧୦ ତାରିଖ ଯାଏଁ ବର୍ଦ୍ଧିତ କରାଯାଇଛି । ଓ ଫର୍ମ ପୂରଣ କରିବା ପାଇଁ ପରୀକ୍ଷା ଫି ମଧ୍ୟ ଛାଡ କରାଯାଇଛି ।