ସନ୍ଷ୍ଟାର ଟିଭି ବ୍ୟୁରୋ
ପ୍ରତିବର୍ଷ ଫେବୃଆରୀ ୪କୁ ‘ବିଶ୍ଵ କର୍କଟ ଦିବସ’ ଭାବେ ପାଳନ କରାଯାଏ । ଏହି ଦିନକୁ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ କର୍କଟ ରୋଗ ପ୍ରତି ସଚେତନ କରାଇବା ଏବଂ ଏହାର ଲକ୍ଷଣ ଓ ପ୍ରତିକାର ବିଷୟରେ ସୂଚନା ଦେବା । ତେବେ ପ୍ରଥମେ ପ୍ୟାରିସରେ ୪ ଫେବୃଆରୀ ୨୦୦୦ମସିହାରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା ।
କାହିଁକି ହୁଏ କ୍ୟାନସର:
ଜାଣନ୍ତୁ କଣ ପାଇଁ ହୋଇଥାଏ କ୍ୟାନସର । ଧୂମ୍ରପାନ କ୍ୟାନସରର ମୁଖ୍ୟ କାରଣ ଅଟେ । ବହୁ ସମୟ ଧରି ଗୁଟଖା ଖାଇବା, ସିଗାରେଟ ଟାଣିବା, ମଦ୍ୟପାନ କରିବା, ବହୁ ସମୟ ଧରି ରେଡିଏସନ ସଂପର୍କରେ ଆସିବା ଦ୍ଵାରା କ୍ୟାନସର ହୋଇପାରେ। ଅଧିକ ମୋଟାପଣ, ଶାରୀରିକ ନିଷ୍କ୍ରିୟତା, ଖରାପ ପୋଷଣ ମଧ୍ୟ କ୍ୟାନସର କାରଣ ଅଟେ ।
କ୍ୟାନସରର ପ୍ରକାର:
କ୍ୟାନସର ଅନେକ ପ୍ରକାରର ହୋଇଥାଏ । ବ୍ଲଡ କ୍ୟାନସର, ବ୍ରେନ କ୍ୟାନସର, ଓଭାରି କ୍ୟାନସର, ବ୍ରେଷ୍ଟ କ୍ୟାନସର, ଲିଭର କ୍ୟାନସର, ଥ୍ରୋଡ କ୍ୟାନସର, ବୋନ କ୍ୟାନସର, ୟୁଟ୍ରସ୍ କ୍ୟାନସର ଆଦି ବେଶୀ ମାରାତ୍ମକ ହୋଇଥାଏ ।
କ୍ୟାନସରର ଲକ୍ଷଣ:
ପେଟରେ ଲଗାତର ଦରଜ ହେବା, ବହୁଦିନ ଧରି ଘା ନ ଶୁଖିବା, ତ୍ଵଚାରେ ଚିହ୍ନ ଦେଖାଯିବା, ମାଂସ ପେଶୀ ଓ ଗଣ୍ଠିରେ ଯନ୍ତ୍ରଣା ଅନୁଭବ କରିବା, ଥକାପଣ ଲାଗିବା, ଦୁର୍ବଳ ଅନୁଭବ କରିବା, ଶରୀରର ଓଜନ ଅଚାନକ କମିଯିବା କିମ୍ଵା ବଢିଯିବା ଆଦି କ୍ୟାନସର ହେବାର ମୁଖ୍ୟ ଲକ୍ଷଣ ।
କ୍ୟାନସର ହୋଇଥିଲେ କଣ କରିବା ଉଚିତ୍ ଓ କଣ ନକରିବା ଉଚିତ୍ :
- ଫାଇବର ଯୁକ୍ତ ଖାଆନ୍ତୁ ।
- ନିୟମିତ ଯୋଗ ଓ ବ୍ୟାୟାମ କରନ୍ତୁ ।
- ମଦ୍ୟପାନ କରନ୍ତୁ ନାହିଁ ।
- ରାଡିଏସନ ସଂପର୍କରେ ଆସନ୍ତୁ ନାହିଁ
- ଧୂମ୍ରପାନ କରନ୍ତୁ ନାହିଁ ।
- ଅଧିକ ଫ୍ୟାଟ ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।