ସନ୍ଷ୍ଟାର ଟିଭି ବ୍ୟୁରୋ
ଚେନ୍ନାଇ: ନୂତନ କୃଷି ଆଇନ ବିରୋଧରେ କୃଷକମାନଙ୍କ ଆନ୍ଦୋଳନ ଏବେ ସାରା ଦେଶରେ ତଥା ଦେଶ ବାହାରେ ମଧ୍ୟ ଆଲୋଚନାର ବିଷୟବସ୍ତୁ ପାଲଟିଛି । ତେବେ ଏହି ବିଷୟରେ ଭାରତୀୟ କ୍ରିକେଟରମାନଙ୍କ ମଧ୍ୟରେ ଆଲୋଚନା ହୋଇଛି ବୋଲି କହିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ।
ଚେନ୍ନାଇରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ ଖେଳିବା ପୂର୍ବରୁ ଆଜି ଭର୍ଚୁଆଲ୍ ମାଧ୍ୟମରେ ପ୍ରେସ କନ୍ଫରନେସ୍ ଯୋଗ ଦେଇଥିଲେ କୋହଲି । ଏହି ସମୟରେ ଜଣେ ସାମ୍ଵାଦିକ କୃଷି ଆନ୍ଦୋଳନ ଉପରେ ପ୍ରଶ୍ନ ପଚାରିବାରୁ ଉତ୍ତର ରଖିଥିଲେ କୋହଲି ।ସେ କହିଥିଲେ ଯେ ନୂତନ କୃଷି ଆଇନ ବିରୋଧରେ ଜାରି ରହିଥିବା କୃଷକ ଆନ୍ଦୋଳନ ଟିମର ବୈଠକରେ ଆଲୋଚନା ହେଉଥିଲା । ଯେଉଁଥିରେ ସମସ୍ତେ ନିଜ ନିଜର ମତ ଦେଇଥିଲେ ।
ତେବେ ଏହା ପୂର୍ବରୁ ମଧ୍ୟ ବିରାଟ କୋହଲି କୃଷି ଆନ୍ଦୋଳନକୁ ନେଇ ଟ୍ଵିଟ କରିଥିଲେ ।ସେ ଲେଖିଥିଲେ ଯେ ଏହି ଅସମୟରେ ଆମକୁ ଏକତା ରଖିବାକୁ ପଡିବ । କୃଷକ ଆମ ଦେଶର ଅଭିନ୍ନ ଅଙ୍ଗ ଅଟନ୍ତି । ମତେ ବିଶ୍ଵାସ ଅଛି ଯେ ଉଭୟ ପକ୍ଷର ଆଲୋଚନାରେ ଏକ ସଠିକ ସମାଧାନ ବାହାରି ପାରିବ ।
Any issue which is present in the country, we do talk about it & everyone has expressed what they had to say about the issue. We briefly spoke about it in the team meeting and then we carried on discussing the team’s plans: Team India Captain Virat Kohli (File pic)#FarmLaws pic.twitter.com/sgqOASbU2D
— ANI (@ANI) February 4, 2021