ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ମିଳିଲା ୬୯୯୫.୫୮ କୋଟି । ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୪୩୭୩.୦୦ କୋଟି ଥିଲା । ତେବେ ଏବର୍ଷ ଏହାକୁ ୬୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏନେଇ ସୂଚନା ଦେଇଛି ପୂର୍ବତନ ରେଲୱେ । ଖୋର୍ଦ୍ଧା ରୋଡ୍- ବଲାଙ୍ଗିର ପ୍ରୋଜେକ୍ଟ ପାଇଁ ସର୍ବାଧିକ ୧ ହଜାର କୋଟି ୫୦ ଲକ୍ଷ ବ୍ୟୟ ବରାଦ ହୋଇଛି ।
ସେହିପରି ଅନୁଗୁଳ-ସୁକିନ୍ଦା ପାଇଁ ୪୦୦ କୋଟି, ହରିଦାସପୁର-ପାରାଦୀପ ପ୍ରକଳ୍ପ ପାଇଁ ୧୦୦ କୋଟି, ତାଳଚେର-ବିମଳାଗଡ ପାଇଁ ୧୦ କୋଟି, ଜୟପୁର-ମାଲକାନଗିରି ୨୮ କୋଟି, ଜୟପୁର-ନବରଙ୍ଗପୁର ୧୫ କୋଟି, ସମ୍ବଲପୁର-ଟିଟିଲାଗଡ ୨୦୦ କୋଟି, ବୃନ୍ଦାମାଳ-ଝାରସୁଗୁଡା ଓଭରବ୍ରିଜ୍ ୨୦ କୋଟି, ସମ୍ବଲପୁର-ତାଳଚେର ୧୭୩.୮୨ କୋଟି, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ୍ ପାଇଁ ୨୨୯ କୋଟିଜଗଦଲପୁର-କୋରାପୁଟ ପାଇଁ ୮୫ କୋଟି, ସମ୍ବଲପୁର-ଟିଟିଲାଗଡ ଦୋହରୀକରଣ ୨୦୦ କୋଟି, ଟିଟିଲାଗଡ-ବିଜୟନଗରମ୍ ତୃତୀୟ ଲାଇନ୍ ପାଇଁ ୩୦୦ କୋଟି, ବାଂଶପାଣି-ଦୈତାରୀ ଦୋହରୀକରଣ ୨୨୮ କୋଟି, ତାଳଚେର ବ୍ଲକ୍ କ୍ୟାବିନ୍ ଓ ସିଗନାଲ୍ ବ୍ୟବସ୍ଥା ପାଇଁ ୩୦ କୋଟି ବ୍ୟୟବରାଦ ହୋଇଛି ।
ଜରପଡା-ବୁଡାପଙ୍କ ପାଇଁ ୧୦୧ କୋଟି, ସାଳେଗାଁ-ବୁଡାପଙ୍କ ପାଇଁ ୨୧୫ କୋଟି, ରାୟପୁର-ଟିଟିଲାଗଡ ପାଇଁ ୫ କୋଟି ୫୦ ଲକ୍ଷ, ଖୋର୍ଦ୍ଧା ରୋଡ୍-ବାରଙ୍ଗ ତୃତୀୟ ଲାଇନ୍ ପାଇଁ ୨୦ କୋଟି, ଝାରସୁଗୁଡା-ବିଳାସପୁର ଚତୁର୍ଥ ଲାଇନ୍ ପାଇଁ ୧୦୦ କୋଟି, ମନୋହରପୁର-ବନ୍ଧମୁଣ୍ଡା ପାଇଁ ୪୦ କୋଟି, ରାଉରକେଲା-ଝାରସୁଗୁଡା ତୃତୀୟ ଲାଇନ୍ ପାଇଁ ୨୩୦ କୋଟି, ନୟାଗଡ-ଭଦ୍ରକ ତୃତୀୟ ଲାଇନ୍ ପାଇଁ ୨୨୫ କୋଟି, ବନ୍ଧମୁଣ୍ଡା-ରାଉରକେଲା ଚତୁର୍ଥ ଲାଇନ୍ ପାଇଁ ୨୯ କୋଟି ବ୍ୟୟ ବରାଦ ହୋଇଛି । ତେବେ ରେଳ ଲାଇନ୍ ବିଦ୍ୟୁତକରଣ ପାଇଁ ଓଡିଶାକୁ ୧୭୩ କୋଟି ମଞ୍ଜୁର ହୋଇଛି ।
ତେବେ ଏହି ବଜେଟ ଅନୁମୋଦନ ପରେ ପ୍ରେସ ମିଟ ଡକାଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ଆଧୁନିକୀକରଣ ଓ ସୁରକ୍ଷାକୁ ରେଳ ବଜେଟରେ ଗୁରୁତ୍ଵାରୋପ କରାଯାଇଛି ବୋଲି କହିଛନ୍ତି । ଗତ ବର୍ଷ ତୁଳନାରେ ଏବର୍ଷ ଅଧିକ ବ୍ୟୟ କରାଯାଇଛି ବୋଲି କହିଛନ୍ତି । ସେ ଆଉ ମଧ୍ୟ କହିଛନ୍ତି କିଛି ନ ଜାଣି ତଥ୍ୟ ନଜାଣି କିଛି ଲୋକ ଅଯଥା ଅପପ୍ରଚାର କରୁଛନ୍ତି ।