ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଭୁବନେଶ୍ଵର ଅନୁଷ୍ଠିତ ହୋଇଥିବା ଜାତୀୟ ହସ୍ତତନ୍ତ ତୋଷାଳୀ ମେଳାର ଆଜି ହେଉଛି ଶେଷ ଦିନ । ଜାନୁଆରୀ ୨୧ରୁ ଆରମ୍ଭ ହୋଇ ଆଜି ସରିବାକୁ ଯାଉଛି । କୋଭିଡ କଟକଣା ମଧ୍ୟରେ ଆୟୋଜିତ ହୋଇଛି ଏହି ମେଳା । ତେବେ ଗତ ବର୍ଷ ପରି ଏବର୍ଷ ଏତେ ଭିଡ ଦେଖାଯାଇନଥିଲା ।ଦେଶର ବିଭିନ୍ନ ରାଜ୍ୟରୁ କାରିଗର, ବୁଣାକାର ଏହି ମେଳାରେ ସାମିଲ ହୋଇଥିଲେ ।ତେବେ ପ୍ରତିବର୍ଷ ଏହି ମେଳାକୁ ଦେଖିବାକୁ ଓ ବିଭିନ୍ନ ଘରକରଣା ଜିନିଷ କିଣିବାକୁ ଲକ୍ଷ ଲକ୍ଷ ଲୋକ ରୁଣ୍ଡ ହୋଇଥାନ୍ତି ।ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ୨୫୦ ଟି ଷ୍ଟଲ ପଡିଥିଲା । ୮୦ ଟି ବାହାର ରାଜ୍ୟର ଓ ୧୭୦ ଟି ରାଜ୍ୟର ଷ୍ଟଲ ପଡିଛି ।
ଏହି ମେଳାରେ କୋଭିଡ ନିୟମକୁ କଡାକଡ଼ି ଭାବେ ପାଳନ କରାଯିବା ସହ ମାସ୍କ ଓ ସାମାଜିକ ଦୂରତା ନିୟମକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା ।
ତେବେ ଏହି ମେଳାରେ ସାମିଲ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ସମସ୍ତ କାରିଗର ଏବଂ ବୁଣାକାର ଭାଇଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।
 
ତୋଷାଳି ଜାତୀୟ ହସ୍ତତନ୍ତ ମେଳାରେ ଅଂଶଗ୍ରହଣ କରି ଆମ ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପର ସମୃଦ୍ଧ ପରମ୍ପରାକୁ କୋଭିଡ୍ ମହାମାରୀ ସତ୍ତ୍ବେ ରାଜ୍ୟବାସୀଙ୍କ ନିକଟରେ ପୁଣିଥରେ ଉପସ୍ଥାପିତ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାର ସମସ୍ତ କାରିଗର ଏବଂ ବୁଣାକାର ଭାଇଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। pic.twitter.com/7VX7W1OcGX
— I & PR Department, Odisha (@IPR_Odisha) February 4, 2021
;