ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟର ଆଉ ଏକ ଗୁମର ଫିଟିଛି । ପୋଲିସର ହାତରେ ଲାଗିଛି ଝରାଫୁଲ ମୃତ୍ୟୁରେ ବ୍ୟବହୃତ ହୋଇଥିବା ସ୍କୁଟି । ତେବେ ଏହି ସ୍କୁଟିକୁ ସୁନ୍ଦରପଦା ଅଞ୍ଚଳରୁ ଜବତ କରିଯାଇଥିବା ବେଳେ ସ୍କୁଟିଟି ରାକେଶ ନାମରେ କିଣା ଯାଇଥିଲା ବୋଲି ପୋଲିସ ସ୍ପଷ୍ଟ କରିଛି ।ତେବେ ରାକେଶର ସହଯୋଗୀ ଶେଖରକୁ ପୋଲିସ ଏପର୍ଯ୍ୟନ୍ତ ପାଇପାରିନାହିଁ ।
ସୂଚନା ଯୋଗ୍ୟ,ଗତକାଲି ପୋଲିସଙ୍କ ଉପସ୍ଥିତିରେ ଧର୍ମବିହାର ଗେଷ୍ଟହାଉସରେ ଘଟଣାର ଡେମୋ ଦେଖାଇଥିଲା ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ଵାଇଁ । ଗତ ୨୬ ତାରିଖ ଦିନ ଯାଜପୁରରେ ରାସ୍ତା କ଼ଡରେ ଝରାଫୁଲଙ୍କ ମୃତ ଦେହ ମିଳିଥିଲା ।ତେବେ ଘଟଣାର ଯାଞ୍ଚ କରିବା ପରେ ଝରାଫୁଲଙ୍କ ପୁରୁଷ ବନ୍ଧୁ ତଥା ମୁଖ୍ୟ ଅଭିଯୁକ୍ତ ରାକେଶକୁ ଗିରଫ କରିଥିଲା କୁଆଖିଆ ଥାନା ପୋଲିସ । ଗିରଫ ପରେ ମୃତ୍ୟୁ ରହସ୍ୟର ଗୁମର ଖୋଲିଥିଲା ଅଭିଯୁକ୍ତ । ନିଜ ପ୍ରେମ ସଂପର୍କକୁ ମାନିବା ସହ ସେହି ରାତିରେ ସାଙ୍ଗ ହୋଇ ଏକ ଗେଷ୍ଟ ହାଉସରେ ରହିଥିବାର ସ୍ଵୀକାର କରିଥିଲା ରାକେଶ । ତେବେ ସକାଳେ ପରେ ସକାଳେ ଝରାଫୁଲଙ୍କ ଶରୀର ଅଚେତ ହୋଇ ପଡିଥିବା ଦେଖି ନିଜ ବନ୍ଧୁକୁ ଡାକିଥିଲେ ରାକେଶ । ଏହାପରେ ଝରାଫୁଲଙ୍କ ମୃତ୍ୟୁ ହୋଇଥିବା ଜାଣି ତାଙ୍କୁ ଯାଜପୁରରେ ରାସ୍ତାକଡରେ ଫିଙ୍ଗି ଦେଇଥିବା କଥା ସ୍ଵୀକାର କରିଥିଲା ଅଭିଯୁକ୍ତ ।