ସନ୍ଷ୍ଟାର ଟିଭି ବ୍ୟୁରୋ
(image courtesy-india today)
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌ ଏୟାରପୋର୍ଟରେ ଅନଶନରେ ବସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହଲ୍ଲାଦ ମୋଦି । ତାଙ୍କ ସମର୍ଥକଙ୍କୁ ଗିରଫ କରାଯିବା ପ୍ରତିବାଦରେ ସେ ଅନଶନ କରିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ ପ୍ରହଲ୍ଲାଦ ମୋଦି ସାମାଜିକ କାର୍ଯ୍ୟକ୍ରମ ଲାଗି ଉତ୍ତରପ୍ରଦେଶ ଆସିଥିଲେ ।ସେଠାରେ ତାଙ୍କ ସମର୍ଥକମାନେ ତାଙ୍କୁ ସ୍ୱାଗତ ପାଇଁ ଆସିଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା ।
ଏହି ଘଟଣାରେ ପ୍ରତିକ୍ରିୟା ରଖି ପ୍ରହଲ୍ଲାଦ ମୋଦି କହିଛନ୍ତି ଯେ ଏହି ଘଟଣା ତାଙ୍କୁ ମର୍ମାହତ କରିଥିବା ବେଳେ ଲାଗିଲା ଯେ ମୋ ଛୁଆ ମାନେ ଜେଲରେ ଥିବା ବେଳେ ମୁଁ କେମିତି ମୁକ୍ତ ହୋଇ ରହିପାରିବି । ଯେଉଁଥିପାଇଁ ବୁଧବାର ଦିନ ମୁଁ ଏଠାରେ ଅନଶନରେ ବସିବା ସହ ଅନ୍ନ ଜଳ ତ୍ୟାଗ କରିଥିଲି । ତେବେ ଏ ଘଟଣା ସମ୍ପର୍କରେ ଯେତେବେଳେ ମୁଁ ପୋଲିସ ଅଧିକାରୀଙ୍କୁ ପଚାରିଲି, ସେମାନେ କହିଥିଲେ ଏଥିପାଇଁ ପିଏମଓଙ୍କ ନିର୍ଦ୍ଦେଶ ରହିଛି । ଯାହା ପରେ ମୁଁ ସେହି ଅର୍ଡର ଦେଖିବାକୁ ମାଗିଥିଲେ ମଧ୍ୟ ପୋଲିସ ପକ୍ଷରୁ ମୋତେ କୌଣସି କପି ଦିଆଯାଇନଥିଲା ।
ଅପରପକ୍ଷରେ ତାଙ୍କ ସମର୍ଥକ ମାନଙ୍କୁ ୧୪୪ ଧାରା ଅଧିନରେ ଗିରଫ କରାଯାଇଥିବା ଜଣାପଡିଛି । ଆହୁରି ମଧ୍ୟ ପ୍ରହ୍ଲାଦ ଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଇ ହୋଇଥିବାରୁ ତାଙ୍କୁ ବଦନାମ କରିବା ପାଇଁ ଏଭଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।
ତେବେ ପରବର୍ତ୍ତି ସମୟରେ ତାଙ୍କ ସହଯୋଗୀଙ୍କୁ ଛଡା ଯିବାରୁ ସେ ଧାରଣାରୁ ଓହରି ଥିଲା ।