ସନ୍ଷ୍ଟାର ଟିଭି ବ୍ୟୁରୋ
ଜମ୍ମୁ: ଜମ୍ମୁ ଓ କଶ୍ମୀରରରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଜଣେ ଭାରତୀୟ ଯବାନ ସହିଦ ହୋଇଛନ୍ତି । ରଜୌରି ଜିଲ୍ଲା ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ବୁଧବାର ଦିନ ଏହି ଘଟଣା ଘଟିଛି ।
ପ୍ରତିରକ୍ଷା ସୂତ୍ରରୁ ପ୍ରକାଶ ଯେ, ରଜୌରି ଜିଲ୍ଲାର ସୁନ୍ଦରବନୀ ସେକ୍ଟର୍ରେ ପାକିସ୍ତାନ ସୈନିକମାନେ ବିନା କୌଣସି କାରଣରେ ଅସ୍ତ୍ରବିରତି ଉଲ୍ଲଂଘନ କରି ନିୟନ୍ତ୍ରଣ ରେଖା ଅଞ୍ଚଳରେ ଗୁଳି ବର୍ଷଣ କରିବା ସହ ମୋର୍ଟାର୍ ନିକ୍ଷେପ କରିଥିଲେ । ଏହି ଘଟଣାରେ ଭାରତୀୟ ସେନାରେ ସିପାହୀ ଥିବା ଲକ୍ଷ୍ମଣ ନାମକ ଜଣେ ଯବାନ ଗୁରୁତର ହୋଇଯାଇଥିଲେ । ପରେ ତାଙ୍କର ମୃତ୍ୟୁ ଘଟିଥିଲା ।
ପ୍ରତିରକ୍ଷା ବିଭାଗ ଜାରି କରିଥିବା ଏକ ବିବୃତିରେ ଉଲ୍ଲେଖ ଅଛି, ସିପାହୀ ଲକ୍ଷ୍ମଣ ଥିଲେ ଜଣେ ସାହସୀ, ଉତ୍ସର୍ଗୀକୃତ ଏବଂ ନିଷ୍ଠାପର ସୈନିକ । ତାଙ୍କର ଆତ୍ମବଳି ଏବଂ ନିଷ୍ଠାପର କର୍ତ୍ତବ୍ୟପରାୟଣତା ଯୋଗୁଁ ଦେଶ ଚିରକାଳ ତାଙ୍କ ନିକଟରେ ଋଣୀ ରହିବ ।