ସନ୍ଷ୍ଟାର ଟିଭି ବ୍ୟୁରୋ
ଚେନ୍ନାଇ: କରୋନା ମହାମାରୀ ପାଇଁ ପ୍ରାୟ ୧୧ ମାସ ବ୍ୟବଧାନରେ ବର୍ଷର ପ୍ରଥମ ଟେଷ୍ଟ ସିରିଜ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ।ତେବେ ଏକ ବର୍ଷ ପରେ ଭାରତ ତାର ନିଜ ମାଟିରେ ଫେବୃଆରୀ ୫ ରୁ ଖେଳିବାକୁ ଯାଉଛି । ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ହରାଇ ଐତିହାସିକ ବିଜୟ ହାସଲ କରି ନିଜକୁ ଆତ୍ମବିଶ୍ଵାସ ଖୁବ ବଢାଇପାରିଛି ଭାରତ ।ତେବେ ଏହି ମ୍ୟାଚରେ କ୍ୟାପଟେନ ବିରାଟ କୋହଲି, ବୋଲର୍ ଇଶାନ୍ତ ଶର୍ମା, ଅଶ୍ଵିନ ଓ ଜସ୍ପ୍ରିତ ବୁମ୍ରା ଟିମରେ ଯୋଡି ହେବାକୁ ଯାଉଛି ।
ଏହି ସିରିଜ ଜିତିବାକୁ ଜୋରଦାର ପ୍ରୟାସ କରିବ ଟିମ ଇଣ୍ଡିଆ ।ଏହି ସିରିଜ ଜିତିଲେ ଭାରତ ଆଇସିସି ମାନ୍ୟତାରେ ଏକ ନମ୍ବର ଟେଷ୍ଟ୍ ଦଳ ଭାବେ ପରିଚିତ ହେବ । ଏବେ ଟେଷ୍ଟ୍ ମାନ୍ୟତାର ଶୀର୍ଷ ଦଳ ଭାବେ ନ୍ୟୁଜିଲାଣ୍ଡ୍ ରହିଛି। ଏହାର ରେଟିଂ ପଏଣ୍ଟ୍ ୧୧୮ ରହିଛି। ବିରାଟ କୋହଲିଙ୍କ ଭାରତୀୟ ଦଳ ସମାନ ୧୧୮ ପଏଣ୍ଟ୍ ସହ ଏହା ପଛକୁ ଦ୍ବିତୀୟରେ ରହିଛି। ଅଷ୍ଟ୍ରେଲିଆ (୧୧୩), ଇଂଲଣ୍ଡ (୧୦୯) ଓ ଦକ୍ଷିଣ ଆଫ୍ରିକା (୯୬) ଯଥାକ୍ରମେ ତୃତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି।
ତେବେ ୪ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତ ଯଦି ଇଂଲଣ୍ଡକୁ ୧ ବ୍ୟବଧାନରେ ପରାସ୍ତ କରେ ତାହାଲେ ବି ନ୍ୟୁଜିଲାଣ୍ଡକୁ ପଛରେ ପକାଇ ଏକ ନମ୍ବରକୁ ଉଠିଯିବ। ନ୍ୟୁଜିଲାଣ୍ଡ ତା’ର ପରବର୍ତୀ ଟେଷ୍ଟ୍ ଶୃଙ୍ଖଳା ଜୁନ୍ରେ ଇଂଲଣ୍ଡ ସହ ଖେଳିବ । ତେଣୁ ଏବେ ମାନ୍ୟତାର ଶୀର୍ଷକୁ ଉଠିବାରେ ଭାରତ ପାଇ ବଡ଼ ସୁଯୋଗ ରହିଛି ।ଏହି ସୁଯୋଗକୁ ହାତ ଛଡା ନକରିବା ପାଇଁ ରଣକୌଶଳ ପ୍ରସ୍ତୁତ କରିଛି ଭାରତ ।