ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆ ଦିଲ୍ଲୀ: ନୂଆ ଦିଲ୍ଲୀରେ କୃଷି ଆନ୍ଦୋଳନ ପ୍ରାୟ ୭୧ ଦିନରେ ପହଞ୍ଚି ସାରିଛି । ତେବେ ଜାନୁଆରୀ ୨୬ ଅର୍ଥାତ୍ ଗଣତନ୍ତ୍ର ଦିବସ ଅବସରରେ ନୂତନ କୃଷି ଆଇନ ବିରୋଧରେ ଟ୍ରାକ୍ଟର ରାଲି ହିଂସା କାଣ୍ଡର ରୂପ ନେଇଥିଲା । ଏହି ହିଂସାକାଣ୍ଡର ତଦନ୍ତ କରିବା ପାଇଁ ମାମଲା ରୁଜ୍ଜୁ ହୋଇଥିଲା । ତେବେ ଏହାର ଶୁଣାଣି କରିବାକୁ ସୁପ୍ରିମ କୋର୍ଟ ସିଧାସଳଖ ମନା କରିଦେଇଛନ୍ତି । ଏହି ଶୁଣାଣୀ କରିବା ସମୟରେ ଚିଫ୍ ଜଷ୍ଟିସ କହିଛନ୍ତି ଯେ ଏହାର ତହନ୍ତ କରିବା ପାଇଁ ସରକାରଙ୍କୁ ଅନୁରୋଧ କରନ୍ତୁ । ଆମର ଆଶା ଅଛି ଯେ ସରକାର ଏହି ହିଂସାକାଣ୍ଡର ତଦନ୍ତ କରୁଛନ୍ତି ସେଥିପାଇଁ ଏହି ମାମଲାରେ ସୁପ୍ରିମ କୋର୍ଟ ଦଖଲ ଦେବା ସଠିକ ନୁହେଁ ।
କୃଷକ ଆନ୍ଦୋଳନ ସମୟରେ ଇଣ୍ଟରନେଟ ସେବା ବନ୍ଦ କରିବା, ପୋଲିସମାନଙ୍କ ଅପରାଗତା ପାଇଁ ତଦନ୍ତ କରିବାକୁ ସୁପ୍ରିମ କୋର୍ଟରେ ଅପିଲ କରିଥିଲେ କୃଷକ ସଂଗଠନ । ପ୍ରାୟ ୧୪୧ ଓକିଲଙ୍କ ଦ୍ଵାରା ଏହି ମାମଲା ଦିଆଯାଇଥିଲା ।ଯାହାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ ।