ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ବଜେଟ ପରେ ଉତ୍ସାହିତ ବଜାର । ସୋମବାର ଆଗତ ହୋଇଥିବା ବଜେଟ ଅଟକଳରେ ବିଭିନ୍ନ ପ୍ରସ୍ତାବ ପରେ ନିବେଶଙ୍କ ଧାରଣା ମଜବୁତ ହୋଇଛି । ଲଗାତାର ଦ୍ବିତୀୟ ଦିନ ଧରି କାରବାର ପ୍ରବଳ ପ୍ରଫିଟ ସହ ବନ୍ଦ ହୋଇଛି । ଆଉ ଏହି ୨ ଦିନର ବୃଦ୍ଧି ଯୋଗୁଁ ନିବେଶକଙ୍କ ସମ୍ପତ୍ତି ୧୦.୪୮ ଲକ୍ଷ କୋଟି ଟଙ୍କାରୁ ଅଧିକ ବଢିଛି ।
ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ ୧,୧୯୭.୧୧ ପଏଣ୍ଟ ବଢି ୪୯,୭୯୭.୭୨. ପଏଣ୍ଟରେ ପହଞ୍ଚିଛି । ଆଜିର କାରବାର ମଧ୍ୟରେ ବିଏସଇ ସୂଚକାଙ୍କ ରେକର୍ଡ ସ୍ତର ସହ 50 ହଜାର ମାର୍କକୁ ଟପିଥିଲା । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ୫୦ ସେୟାର ଆଧାରିତ ନିଫ୍ଟି ୩୬୬.୬୫ପଏଣ୍ଟ ବୃଦ୍ଧି ହୋଇ ୧୪,୬୪୭.୮୫ପଏଣ୍ଟ ଛୁଇଁଛି ।
ଏହି ୨ ଦିନର ବୃଦ୍ଧି ଦ୍ବାରା ବିଏସଇରେ ସୂଚୀବଦ୍ଧ କମ୍ପାନୀର ବଜାର ପୁଞ୍ଜିକରଣ ଉଛୁଳି ୧୦,୪୮,୨୫୩.୯୯କୋଟି ଟଙ୍କା ବଢି ୧,୯୬,୬୦,୮୯୮.୦୨କୋଟି ଟଙ୍କାରେ ପହଞ୍ଚିଛି । ମଙ୍ଗଳବାର ବିଏସଇରେ ସୂଚୀବଦ୍ଧ କମ୍ପାନୀ ବଜାର ପୁଞ୍ଜିକରଣ ୪,୧୪,୧୮୪.୩୨କୋଟି ଟଙ୍କା ବଢିଛି ।
ସେହିପରି ସୋମବାରକୁ ନିବେଶକଙ୍କ ସମ୍ପତ୍ତି ୬.୩୪ ଲକ୍ଷ କୋଟି ଟଙ୍କା ବଢିଥିଲା । ବଜେଟ ପ୍ରସ୍ତାବ ସାମ୍ନାକୁ ଆସିବା ପରେ ବିଏସଇ ମାନକ ସୂଚକାଙ୍କ ସୋମବାରକୁ ୨,୩୧୪.୮୪ପଏଣ୍ଟ ଅର୍ଥାତ ୫ ପ୍ରତିଶତ ମଜବୁତ ହୋଇ ୪୮,୬୦୦.୬୧ ପଏଣ୍ଟରେ ବନ୍ଦ ହୋଇଥିଲା ।
ବିଶ୍ଲେଷକଙ୍କ ଅନୁସାରେ ୧୯୯୭ ପରେ ବଜେଟ ଦିନ ବଜାରରେ ସବୁଠୁ ଅଧିତ ବୃଦ୍ଧି ଦେଖାଦେଇଥିଲା । ମଙ୍ଗଳବାର ବିଏସଇର ୧୭୫ କମ୍ପାନୀରେ ବୃଦ୍ଧି ଦେଖାଦେଇଥିଲା , ଯେତେବେଳେ କି ୧,୧୮୪ପଏଣ୍ଟ ହ୍ରାସ ରେକର୍ଡ କରାଯାଇଥିଲା ।