ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ସରକାର ଓ କୃଷକ ସଂଗଠନ ମଧ୍ୟରେ ବିବାଦ ଜାରି ରହିଛି । ଏହି ନୂତନ ଆଇନ ପ୍ରତ୍ୟାହାର ଦାବିରେ ପ୍ରାୟ ୨ମାସ ହେବ ଦିଲ୍ଲୀ ରାଜରାସ୍ତାରେ କୃଷକମାନେ ଆନ୍ଦୋଳନରେ ବସି ରହିଛନ୍ତି । ସରକାରଙ୍କ ସହ ୧୦ ରୁ ଅଧିକ ଥର ବୈଠକ ବସିସାରିଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରି ନାହିଁ ।ତେବେ ଇତି ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକ ଆନ୍ଦୋଳନ ବିଷୟରେ ସଂସଦରେ ଏଖ ଉଚ୍ଚ ସ୍ତରୀୟ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ ।
ଏହି ଆଲୋଚନାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷକ ଓ ସରକାରଙ୍କ ମଧ୍ୟରେ କେବଳ ମଧ୍ୟରେ ଗୋଟିଏ ଆଲୋଚନା କରିବା ବାକି ଅଛି । ତେବେ ସେ ପୂର୍ବରୁ ମଧ୍ୟ କହିଥିଲେ ଯେ କୃଷକମାନେ ଯେବେ ବି ଚାହିଁବେ ସରକାରଙ୍କ ସହ ଆଲୋଚନା କରିପାରିବେ । ତେବେ ଦେଖିବା ବାକି ରହିଲା ଯେ କୃଷକ ଓ ସରକାରଙ୍କ ମଧ୍ୟରେ ପରବର୍ତ୍ତି ବୈଠକ କେବେ ଅନୁଷ୍ଠିତ ହେଉଛି ଓ ଏହି ବୈଠକରେ କିଛି ସମାଧାନର ବାଟ ବାହାରି ପାରୁଛି କି ନାହିଁ ।