ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଆସନ୍ତା ୬ ତାରିଖଠାରୁ ଆରମ୍ଭ ହେବାକୁ ଯୁକ୍ତ୨ ପାଇଁ ଫର୍ମପୂରଣ ପ୍ରକ୍ରିୟା । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ତେବେ ଫେବୃଆରି ୬ରୁ ୧୨ତାରିଖ ପର୍ଯ୍ୟନ୍ତ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ବିନା ଜରିମାନାରେ ଫର୍ମ ପୂରଣ କରିପାରିବେ । ଯେଉଁମାନେ ଏହି ସମୟ ମଧ୍ୟରେ କରିପାରିବେ ନାହିଁ, ସେମାନେ ୧୩ରୁ ୧୯ ତାରିଖ ମଧ୍ୟରେ ୫୦ ଟଙ୍କା ଜରିମାନା ଓ ଫେବୃଆରି ୨୦ରୁ ମାର୍ଚ୍ଚ ୩ ମଧ୍ୟରେ ୩୫୦ ଟଙ୍କା ଜରିମାନା ଦେଇ ଫର୍ମପୂରଣ କରିପାରିବେ । ରେଗୁଲାର ଓ ପତ୍ର ବିନିମୟ ପାଠ୍ୟକ୍ରମ ଛାତ୍ରଛାତ୍ରୀ ଫେବୃଆରି ୧୨ରୁ ୨୪ ମଧ୍ୟରେ ବିନା ଜରିମାନା, ଫେବୃଆରି ୨୫ରୁ ୨୮ ମଧ୍ୟରେ ୫୦ ଟଙ୍କା ଓ ମାର୍ଚ୍ଚ ୧ରୁ ୩ ମଧ୍ୟରେ ୩୫୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।
ମାର୍ଚ୍ଚ ୩ ପରେ ଫର୍ମ ପୂରଣ ପ୍ରକ୍ରିୟା ବନ୍ଦ ରହିବ ।ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ ପତ୍ର ବିନିମୟ ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଫି’ ୫୨୦ ଟଙ୍କା ରଖାଯାଇଛି।