ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ପୁରୀ ବାଇପାସ ଆଲୋକୀକରଣ ପ୍ରକଳ୍ପର ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠାରୁ ହାଇଟେକ ଛକରୁ ଦୟା ଲିଙ୍ଗିପୁର ପର୍ଯ୍ୟନ୍ତ ୧୨ କିମି ବାଇପାସରେ ଜଳିବ ଷ୍ଟ୍ରିଟ ଲାଇଟ । ୧୨ କିମି ରାସ୍ତାର ଆଲୋକୀକରଣର ଶୁଭାରମ୍ଭ ହେବ ।
୩୮୭ଟି ବିଦ୍ୟୁତ ଖୁଣ୍ଟରେ ୭୭୪ଟି ୧୦୦ ଓ୍ବାଟର ଏଲଇଡି ଲାଇଟ ଲାଗିଛି । ଏହାସହ 4ଟି ସ୍ଥାନରେ ହାଇମାଷ୍ଟ ଲାଇଟ ଲାଗିଛି । ଏଥିପାଇଁ 7ଟି ଟ୍ରାନ୍ସଫର୍ମର ବସିଛି । ତେବେ ଆଗକୁ ଆଲୋକୀକରଣ ନେଇ ପ୍ରତି ଓ୍ବାର୍ଡକୁ 15 ଲକ୍ଷ ଟଙ୍କା ଦିଆଯିବ ।