ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଭୁବନେଶ୍ଵର ଧର୍ମବିହାର ଗେଷ୍ଟହାଉସରେ ପହଞ୍ଚିଛି ଝରାଫୁଲ ମୃତ୍ୟୁ ଘଟଣାର ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ଵାଇଁ । ଧର୍ମବିହାର ସ୍ଥିତ ଶିବସାଇ ଗେଷ୍ଟହାଉସରେ ପହଞ୍ଚି ଝରାଫୁଲ ମୃତ୍ୟୁ ଘଟଣାର ରିକ୍ରିଏସ୍ କରି ଦେଖାଇଛି ରାକେଶ । ତେବେ ଯାଜପୁର ଏସ୍ଡିପିଓ ସମେତ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଏହି ରିକ୍ରିଏସନ ହୋଇଛି ।ତେବେ ପୋଲିସ ରିମାଣ୍ଡରେ ରହିଛି ରାକେଶ ।
ସୂଚନା ଯୋଗ୍ୟ, ଗତ ୨୬ ତାରିଖ ଦିନ ଯାଜପୁରରେ ରାସ୍ତା କ଼ଡରେ ଝରାଫୁଲଙ୍କ ମୃତ ଦେହ ମିଳିଥିଲା ।ତେବେ ଘଟଣାର ଯାଞ୍ଚ କରିବା ପରେ ଝରାଫୁଲଙ୍କ ପୁରୁଷ ବନ୍ଧୁ ତଥା ମୁଖ୍ୟ ଅଭିଯୁକ୍ତ ରାକେଶକୁ ଗିରଫ କରିଥିଲା କୁଆଖିଆ ଥାନା ପୋଲିସ । ଗିରଫ ପରେ ମୃତ୍ୟୁ ରହସ୍ୟର ଗୁମର ଖୋଲିଥିଲା ଅଭିଯୁକ୍ତ । ନିଜ ପ୍ରେମ ସଂପର୍କକୁ ମାନିବା ସହ ସେହି ରାତିରେ ସାଙ୍ଗ ହୋଇ ଏକ ଗେଷ୍ଟ ହାଉସରେ ରହିଥିବାର ସ୍ଵୀକାର କରିଥିଲା ରାକେଶ । ତେବେ ସକାଳେ ପରେ ସକାଳେ ଝରାଫୁଲଙ୍କ ଶରୀର ଅଚେତ ହୋଇ ପଡିଥିବା ଦେଖି ନିଜ ବନ୍ଧୁକୁ ଡାକିଥିଲେ ରାକେଶ । ଏହାପରେ ଝରାଫୁଲଙ୍କ ମୃତ୍ୟୁ ହୋଇଥିବା ଜାଣି ତାଙ୍କୁ ଯାଜପୁରରେ ରାସ୍ତାକଡରେ ଫିଙ୍ଗି ଦେଇଥିବା କଥା ସ୍ଵୀକାର କରିଥିଲା ଅଭିଯୁକ୍ତ । କିନ୍ତୁ ଘଟଣାର ସତ୍ୟତା ବାହାର କରିବାକୁ ଆଜି ଘଟଣାର ରିକ୍ରିଏସନ୍ କରିଛି ପୋଲିସ ।