ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଭୁବନେଶ୍ଵର କଟକ-ପୁରୀ ବାଇପାସ ରୋଡ ହେଲା ଆଲୋକୀକରଣ । ଏଲିଡି ଷ୍ଟ୍ରିଟ ଲାଇଟରେ ବିଛେଇ ହେଲା ପଳାଶୁଣୀ ଛକରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ରାସ୍ତା ।ତେବେ ଏହାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସାଇମନ୍ଦିର ଛକ, ଟଙ୍କପାଣି ରୋଡରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଏହା ଦ୍ଵାରା କଟକ-ପୁରୀ ବାଇପାସ ରୋଡର ୧୨ କିମି ଯାଏଁ ରାସ୍ତା ଆଲୋକୀକରଣ ହୋଇଛି । ଏହି ୧୨ କି.ମି ରାସ୍ତାରେ ପ୍ରାୟ ୭୭୪ ଟି ଏଲ୍ଇଡି ବଲ୍ ଓ ୩ଟି ହାଇମାଷ୍ଟ ବଲ୍ ସଂଯୋଗ କରାଯାଇଛି । ଏହା ଦ୍ଵାରା ରାସ୍ତାର ଅନ୍ଧାରର ଫାଇଦା ଉଠାଇ ଚୋରୀ ଡକାୟତ କରୁଥିବା କିଛି ଅସାମାଜିକ ଲୋକଙ୍କ ଅସାମାଜିକ କାର୍ଯ୍ୟ ବନ୍ଦ ହୋଇଯିବ ।