ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ନୂତନ କୃଷି ଆଇନ ବିରୋଧରେ କୃଷକମାନଙ୍କ ଆନ୍ଦୋଳନ ପ୍ରାୟ ୨ ମାସ ହେବ ଜାରି ରହିଛି । ସୋସିଆଲ୍ ମିଡିଆରେ ମଧ୍ୟ ଏହାକୁ କେତେକ ସମର୍ଥନ କରୁଥିବା ବେଳେ ଆଉ କେତେକ ନିନ୍ଦା ମଧ୍ୟ କରୁଛନ୍ତି ।ତେବେ ଏହାକୁ ନେଇ ଅଧିକ ବିବାଦୀୟ ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସରକାର ଆରୋପ ଲଗାଇଛନ୍ତି । ତେବେ ବିବାଦ ସୃଷ୍ଟିକାରୀ ଆକାଉଣ୍ଟକୁ ଯଦି ଟ୍ଵିଟର ବନ୍ଦ ନକରେ ତେବେ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ଟ୍ଵିଟରକୁ ଚେତାବନୀ ଦେଇଛନ୍ତି ।
ସୂଚନା ଯୋଗ୍ୟ, ଜାନୁଆରୀ ୨୬ ଅର୍ଥାତ୍ ଗଣତନ୍ତ୍ର ଦିବସ ଦିନ ଚାଷୀ ସଂଗଠନର ଆନ୍ଦୋଳନ ହିଂସା ରୂପ ଧାରଣ କରିଥିଲା ।କେବଳ ଭାରତର ନୁହେଁ ପାକିସ୍ତାନରୁ ମଧ୍ୟ ଟ୍ଵିଟର ଜରିଆରେ ଏହି ହିଂଲାକାଣ୍ଡକୁ ଉସ୍କାଇବା ଦେଖିବାକୁ ମିଳିଥିଲା ।ଏହି ହିଂସା ସୃଷ୍ଟି କଲାଭଳି ଟୁଇଟ କରୁଥିବା ବ୍ୟବହାରକାରୀ ଏବଂ ଟୁଇଟକୁ ରି-ଟୁଇଟ କରୁଥିବା ପ୍ରାୟ ୨୫୦ ବ୍ୟବହାରକାରୀଙ୍କ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଥିଲା । କିନ୍ତୁ ବନ୍ଦ କରିବାର କିଛି ଘଣ୍ଟା ପରେ ଟୁଇଟର ପୁଣି ଥରେ ସେମାନଙ୍କ ଆକାଉଣ୍ଟ ଚାଲୁ କରିଦେଇଥିଲା।ଯାହା ଫଳରେ ପୁଣି ଏଥିରେ ହିଂସାକାରୀ ଟ୍ଵିଟ୍ ଦେଖାଯାଇଥିଲା ।ଏହାକୁ ଦୃଷ୍ଟିରେ ରଖି ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ଟ୍ଵିଟରକୁ ଶେଷ ନୋଟିସ ଦିଆଯାଇଛି, ଯେଉଁଥିରେ ଆଗକୁ ବନ୍ଦ କରାଯାଉଥିବା ଆକାଉଣ୍ଟକୁ ପୁଣି ଥରେ ଚାଲୁ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।