ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଲୋକପ୍ରିୟ ରିଆଲିଟି ଶୋ ବିଗ୍ବସ୍ର ପୂର୍ବତନ ପ୍ରତିଯୋଗୀ ସ୍ୱାମୀ ଓମ୍ଙ୍କର ପରଲୋକ ଘଟିଛି । ତାଙ୍କ ଅଧା ଶରୀର ପାରାଲିସିସ ହୋଇଯାଇଥିଲା । ସେ ଦୀର୍ଘ କିଛି ମାସ ଧରି ରୋଗାଗ୍ରସ୍ତ ଥିଲେ।ତେବେ ୩ ମାସ ତଳେ ତାଙ୍କୁ କରୋନା ମଧ୍ୟ ହୋଇଥିଲା। ପରେ ତାଙ୍କର ଚିକିତ୍ସା ଏମ୍ସରେ ଜାରି ରହିଥିଲା। କିଛି ଦିନ ତଳେ ସେ ମେଡିକାଲରୁ ଡିସ୍ଚାର୍ଜ ହୋଇଥିଲେ ମଧ୍ୟ ଦୁର୍ବଳତା କାରଣରୁ ସେ ଠିକ୍ ଭାବେ ଚାଲି ପାରୁନଥିଲେ । କିଛି ସମୟ ପୂର୍ବରୁ ସେ ଏନ୍ସିଆର ସ୍ଥିତ ଡିଏଲ୍ଏଫ୍ ଅଙ୍କୁର ବିହାରର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଆଜି ଅପରାହ୍ନରେ ଦିଲ୍ଲୀର ନିଗମ ବୋଧଘାଟରେ ତାଙ୍କ ଅନ୍ତିମ ସଂସ୍କାର ହେବ ବୋଲି ଜଣାଯାଇଛି।
ବିଗ୍ବସ୍ର ସିଜିନ -୧୦ରେ ନଜର ଆସିଥିଲେ ସ୍ଵାମୀ ଓମ୍ ଓ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ସିଜିନ ଅଧାରୁ ତାଙ୍କୁ କାଢି ଦିଆଯାଇଥିଲା । ସ୍ଵାମୀ ଓମ୍ ଅନେକ ସମୟ ପାଇଁ ବିବାଦ ଘେରରେ ରହିଥିଲେ ।