ସନ୍ଷ୍ଟାର ଟିଭି ବ୍ୟୁରୋ
ବାଙ୍ଗାଲୁରୁ: ଆରମ୍ଭ ହୋଇଯାଇଛି ଏସିଆର ସର୍ବ ବୃହତ ‘ଏରୋ ଇଣ୍ଡିଆ ଶୋ ୨୦୨୧’ । ବାଙ୍ଗାଲୁରୁର ଏୟାର ଷ୍ଟେସନରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି । ତେବେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ କରୋନା ମହାମାରୀ ଭଳି ସମୟରେ ଏହି ଶୋରେ ଏତେ ସଂଖ୍ୟାରେ ଲୋକ ଯୋଗ ଦେଇଥିବାରୁ ସେ ଖୁସି ଅନୁଭବ କରୁଛନ୍ତି । ଓ ଭାରତ ନିଜର ସୈନ୍ୟ ଓ ବିମାନ ପାଇଁ ବିଶ୍ଵରେ ଆଗୁଆ ଦେଶ ମାନଙ୍କ ମଧ୍ୟରେ ରହିଛି ।
୩ ଦିନ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମଟି ଆଜିଠୁ ଆରମ୍ଭ ହୋଇ ୫ ଫେବୃୟାରୀ ଯାଏଁ ଚାଲିବ । ତେବେ ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୦୦ରୁ ଅଧିକ ପ୍ରଦର୍ଶକ ସାମିଲ ରହିଥିବା ବେଳେ ସେଥି ମଧ୍ୟରୁ ୫୨୩ ଭାରତୀୟ ଓ ୭୮ ଟି ବିଦେଶ କମ୍ପାନୀ ଓ ୫୫ରୁ ଅଧିକ ଦେଶର ରକ୍ଷାମନ୍ତ୍ରୀ, ପ୍ରତିନିଧି, ସେନା ମୁଖ୍ୟ ଓ ଅଧିକାରୀ ସାମିଲ ହୋଇଛନ୍ତି ।ଯୁଦ୍ଧ ବିମାନଗୁଡିକ ନିଜର ଦକ୍ଷତା ପ୍ରଦର୍ଶନ କରୁଛନ୍ତି ।
 
Attended the inaugural ceremony of the @AeroIndiashow in Bengaluru today. Despite the constraints posed by the global pandemic, I am pleased to see such a large number of participants in this year’s event. pic.twitter.com/5XkEgTgzKd
— Rajnath Singh (@rajnathsingh) February 3, 2021