ସନ୍ଷ୍ଟାର ଟିଭି ବ୍ୟୁରୋ
ବରଗଡ଼: ପଶ୍ଚିମ ଓଡ଼ିଶାର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ପାଇଁ ୫ଟି ସଚିବ ଭି.କେ. ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପଶ୍ଚିମ ଓଡ଼ିଶା ଗସ୍ତ କରିଛନ୍ତି । ସେଠାରେ ସେ ପାଇକମାଲରେ ନୃସିଂହନାଥ ମନ୍ଦିର ପରିଦର୍ଶନ କରିବା ସହ ଉନ୍ନତି କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ବରଗଡ ସତିଭଟା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ସେଠାରୁ ନୃସିଂହନାଥ ମନ୍ଦିରକୁ ଯାଇ ପରିଦର୍ଶନ କରିଥିଲେ ୫ଟି ଟିମ । ଏହି ଟିମରେ ୫T ସଚିବଙ୍କ ସହିତ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଜଳ ସମ୍ପଦ ସଚିବ ଅନୁ ଗର୍ଗ, ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ସାମିଲ ହୋଇଛନ୍ତି ।
ନୃସିଂହନାଥଙ୍କର ଦର୍ଶନ କରିବା ସହ ମନ୍ଦିର ପରିସର ବୁଲି ଦେଖିଥିଲେ । ମନ୍ଦିରର ବିକାଶ ପାଇଁ ମନ୍ଦିରରେ ଥିବା ଧର୍ମଶାଳା ମାନଙ୍କରେ ନବୀକରଣ ଏବଂ ନୂତନ ଧର୍ମଶାଳା ନିର୍ମାଣ, ନୃସିଂହନାଥ-ହରିଶଙ୍କର ରୋପ ୱେ ନିର୍ମାଣ, ଯାତ୍ରୀ ପ୍ରତିକ୍ଷାଳୟ, ନୂତନ ଇକୋ ପାର୍କ, ଚିଲଡ୍ରେନ୍ସ ପାର୍କ, ନୂତନ ଅଫିସ ଗୃହ ନିର୍ମାଣ ଭଳି ପ୍ରାୟ ୨୦ଟି ପ୍ରସ୍ତାବ ମନ୍ଦିର କମିଟି ପକ୍ଷରୁ ସଚିବଙ୍କୁ ଦିଆ ଯାଇଥିବା ବେଳେ ପାଇକମାଲ ନାଗରିକ କମିଟି ତରଫରୁ ନୂଆପଡା ବରଗଡ଼ ରାସ୍ତା ର ଉନ୍ନତି, ପାଇକମାଲ ସି.ଏଚ.ସି ର କର୍ମଚାରୀ ଏବଂ ଚିକିତ୍ସକ ନିଯୁକ୍ତି, ସହ ପାଇକମାଲ କୁ ଏନ.ଏ.ସି ଘୋଷଣା ପାଇଁ ଦାବି ପତ୍ର ଦେଇଥିଲେ ।
ଏହା ପରେ ବଲାଙ୍ଗିର ଗସ୍ତ କରିଛନ୍ତି ୫ଟି ସଚିବ ।