ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆ ଦିଲ୍ଲୀ: ଭାରତୀୟ କ୍ରିକେଟ ଜଗତର ଅନୁଭବୀ ଖେଳାଳୀ ବିରାଟ କୋହଲି ଓ ବଲିଉଡ୍ ଜଗତର ଚୁଲ୍ବୁଲି ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟ ଅତୀତରେ ଏକ ଶିଶୁକନ୍ୟାର ପିତାମାତା ହୋଇଥିଲେ । ତେବେ ସେମାନେ ଗତକାଲି ନିଜ ଝିଅର ନାମକୁ ଇନ୍ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଅନୁଷ୍କା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ନିଜର ଝିଅର ନାମ ‘ବାମିକା’ ରଖିଛନ୍ତି ବୋଲି ଲେଖିଛନ୍ତି । ଦୁଇ ଜଣଙ୍କ ନାମ ଅନୁସାରେ ଶିଶୁ କନ୍ୟାର ନାମ ‘ବାମିକା’ ରଖାଯାଇଛି ବୋଲି ସେ କହିଛନ୍ତି ।
ଅନୁଷ୍କା ନିଜ ଝିଅର ପ୍ରଥମ ଫୋଟୋ ସେୟାର କରି ଲେଖିଛନ୍ତି ଯେ ଆମେ ପ୍ରେମ ଓ କୃତଜ୍ଞତା ସହିତ ଆମ ଜୀବନ ବଞ୍ଚି ଆସିଛୁ ।କିନ୍ତୁ ଏହି କୁନି ଝିଅ ବାମିକା, ଏହାକୁ ଏକ ଅଲଗା ସ୍ତରରେ ପହଞ୍ଚାଇ ସାରିଛି । ହସ- ଲୁହ, ଖୁସି, ଚିନ୍ତା ଏସବୁକୁ ଭାବନା ଗୋଟିଏ ସମୟରେ ହିଁ ଅନୁଭବ କରିହେବ । ନିଦ ହଜିଯାଇଛି କିନ୍ତୁ ମନ ବହୁତ ଖୁସି ଅଛି । ଶୁଭେଚ୍ଛା, ପ୍ରାର୍ଥନା, ଅଭିନନ୍ଦନ ପାଇଁ ନିଜ ଫ୍ୟାନ୍ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅନୁଷ୍କା । ଜାନୁଆରୀ ୧୧, ୨୦୨୧ରେ ଅନୁଷ୍କା ଓ ବିରାଟ ନିଜ ଶିଶୁ କନ୍ୟାକୁ ସ୍ଵାଗତ କରିଥିଲେ ଓ ବାମିକା ମା ଦୁର୍ଗାଙ୍କ ଅନ୍ୟ ଏକ ନାମ ଅଟେ ।