ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି ‘ଭେଇକିଲ ଟ୍ରାକିଂ ସିଷ୍ଟମ୍’(VTS ) ବ୍ୟବସ୍ଥା । ଅଟୋ ଠାରୁ ଆରମ୍ଭ କରି ବସ୍ ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ଯାନବାହାନ ରେ ‘ଭେଇକିଲ ଟ୍ରାକିଂ ସିଷ୍ଟମ୍’ ଲାଗୁ କରାଯିବ । ଏହି ବ୍ୟବସ୍ଥା ଲାଗୁ ହେବା ଦ୍ଵାରା ଗାଡ଼ିର ଅବସ୍ଥିତି ସହିତ ଯାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ତଥ୍ୟ ହାସଲ କରିହେବ ।
ତେବେ ଦେଶରେ ତୃତୀୟ ରାଜ୍ୟ ଭାବେ ଓଡିଶାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି । କେରଳ ଓ ଉତ୍ତରାଖଣ୍ଡ ପରେ ଦେଶରେ ତୃତୀୟ ରାଜ୍ୟ ଭାବେ ଓଡିଶାରେ ଏହି ବ୍ୟବସ୍ଥା ଲାଗୁ କରାଯିବ ।
ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଏହି କାର୍ଯ୍ୟରେ ମୋଟ ୧୫କୋଟି ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଆଇଟି କମ୍ପାନୀ ଓ୍ବିପ୍ରୋ ସହିତ ଆଲୋଚନା ହୋଇଥିବା ବେଳେ ସିଷ୍ଟମକୁ ଗାଡି ମାଲିକଙ୍କୁ କିଣିବାକୁ ପଡିବ । ସିମ୍ ଯୁକ୍ତ ମେସିନ୍ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ । ସେଣ୍ଟ୍ରାଲ ସର୍ଭର କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା ସହ ସିଷ୍ଟମ୍ ଯୋଗାଉଥିବା କମ୍ପାନୀ ସହ ପରିବହନ ବିଭାଗର ବାହାନ ଆପ୍ଲିକେସନ୍ ସହିତ ସଂଯୋଗ କରାଯିବ । ମହିଳା ଯାତ୍ରୀଙ୍କ ସିଟ୍ ନିକଟରେ ଜରୁରୀ ବଟନ ବ୍ୟବସ୍ଥା ରହିବ । ଫଳରେ ସମସ୍ତ ଗାଡିର ଅବସ୍ଥିତି ଓ ଯାତ୍ରୀଙ୍କ ସୁରକ୍ଷା ସମ୍ପର୍କିତ ବିସ୍ତୃତ ତଥ୍ୟ କଣ୍ଟ୍ରୋଲ ରୁମରେ ରହିବ । ଏହି ବ୍ୟବସ୍ଥା ଦ୍ବାରା ଘାଟିରେ ଗାଡି ଦୁର୍ଘଟଣାଗ୍ରସ୍ତ ହେଲେ ଅଗ୍ନିଶମ ଓ ପୋଲିସର ସହାୟତା ଉପଲବ୍ଧ ହୋଇପାରିବ ।