ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ମିଆଁମାରରେ ମିଲିଟାରୀ ସେନା ନିଜ ହାତକୁ ମିଆଁମାର୍ ଶାସନ କ୍ଷମତା ନିଜ ହାତକୁ ନେବା ସହ ୧ ବର୍ଷ ଯାଏଁ ଜରୁରୀକାଳୀନ ପରିସ୍ଥିତିର ଘୋଷଣା କରିଛି । ଶାସକ ଦଳର ସବୁଠୁ ବଡ଼ ନେତା ଅଙ୍ଗ୍ ସାନ୍ ସୁ-କି ଓ ରାଷ୍ଟ୍ରପତି ବିନ ମିଣ୍ଟଙ୍କ ସମେତ ଶାସକ ଦଳର କିଛି ନେତାଙ୍କୁ ସେନା ଗିରଫ କରିଛି । ସୂଚନା ମୁତାବକ ମିଆଁମାରରେ ଗତ କିଛିଦିନ ହେଲା ସେନା ଓ ସରକାରଙ୍କ ମଧ୍ୟରେ ଚାଲିଥିବା ତିକ୍ତତା ପ୍ରକାଶ ପାଇବା ପରେ ଏଭଳି ପଦକ୍ଷେପ ନିଆଯାଇଛି । କେବଳ ଏତିକି ନୁହେଁ ଦେଶରେ ସେନା ଏକ ବର୍ଷ ପାଇଁ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଥିବା ଜଣାପଡ଼ିଛି ।
image courtesy- BCC
ସୋମବାର ସେନା ଦ୍ୱାରା ପରିଚାଳିତ ଚ୍ୟାନେଲରେ କୁହାଯାଇଛି ଯେ ସେନା ଦେଶକୁ ନିଜ ଅଧୀନକୁ ନେଇଛି ଏବଂ ଏକ ବର୍ଷ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ଗତ ନଭେମ୍ବର ମାସରେ ହୋଇଥିବା ନିର୍ବାଚନରେ ଏନଏଲଡି ଏକ ବଡ଼ ବିଜୟ ହାସଲ କରିଥିଲା । କିନ୍ତୁ ଏଥିରେ ବ୍ୟାପକ ଜାଲିଆତି ହୋଇଥିବା ସେନା ଅଭିଯୋଗ କରିଥିଲା । ତେଣୁ, ସେନା ସରକାରଙ୍କ ହାତରୁ କ୍ଷମତା ଛଡ଼ାଇ ନେବାର ଆଶଙ୍କା ବି ଥିଲା । ଆଜି ନବ ନିର୍ବାଚିତ ସଂସଦର ପ୍ରଥମ ବୈଠକ ଅନୁଷ୍ଠିତ ହେବା ପାଇଁ ପ୍ରସ୍ତାବିତ ହୋଇଥିଲା । ହେଲେ ଏହାପୂର୍ବରୁ ସେନା ପାର୍ଟିର ବଡ଼ ନେତାମାନଙ୍କୁ ଗିରଫ କରିନେଇଛି ।