ସନ୍ଷ୍ଟାର ଟିଭି ବ୍ୟୁରୋ
ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଦ୍ଵିତୀୟ ଟେଷ୍ଟ ସିରିଜ । ଚେନ୍ନାଇରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚକୁ ଷ୍ଟାଡିୟମରେ ବସି ଦର୍ଶକ ଦେଖିପାରିବେ । ଏହି ମ୍ୟାଚକୁ ଉପଭୋଗ କରିପାରିବେ ।କେନ୍ଦ୍ର ସରକାର କୋଭିଡ-୧୯ ପାଇଁ ଜାରି କରିଥିବା ଫେବୃଆରୀ ଗାଇଡଲାଇନରେ ଷ୍ଟାଡିୟମରେ ୫୦ ପ୍ରତିଶତ ଦର୍ଶକ ଉପସ୍ଥିତ ରହିପାରିବେ ବୋଲି ନିଷ୍ପତି ନେଇଛନ୍ତି ।
ବିସିସିଆଇ ଓ ତାମିଲନାଡୁ କ୍ରିକେଟ ସଂଘ ମଧ୍ୟ ଏହାକୁ ନେଇ ଷ୍ଟାଡିୟମ ମଧ୍ୟରେ ଦର୍ଶକଙ୍କ ପ୍ରବେଶ ପାଇଁ ଆଲୋଚନା କରିଥିଲେ ମାତ୍ର କରୋନା ଭାଇରସ ସଂକ୍ରମଣ ଭୟକୁ ନେଇ ବିସିସିଆଇ ବିନା ଦର୍ଶକରେ ପ୍ରଥମ ଦୁଇଟି ଟେଷ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ବିସିସିଆଇ ଏହି ନିଷ୍ପତ୍ତିର ପୂନର୍ବିଚାର କରିବାକୁ ଯାଉଛି । କାରଣ ତାମିଲନାଡୁ ରାଜ୍ୟ ସରକାର ଦର୍ଶକଙ୍କ ପାଇଁ କିଛି କଟକଣା କୋହଳ କରିଛନ୍ତି । ଷ୍ଟାଡିୟମ୍ରେ ବସି ମ୍ୟାଚ୍ ଦେଖିବା ପାଇଁ ଦର୍ଶକଙ୍କୁ ଅନୁମତି ମିଳିଛି । ଫଳରେ ପ୍ରଥମ ଟେଷ୍ଟରେ ଦର୍ଶକ ଷ୍ଟାଡିୟମ୍ରେ ବସି ମ୍ୟାଚ୍ ଦେଖିବା ସୁଯୋଗ ସୃଷ୍ଟି ହୋଇଛି । ଚୂଡ଼ାନ୍ତ ନିଷ୍ପତ୍ତି ତାମିଲନାଡୁ କ୍ରିକେଟ୍ ଆସୋସିଏସନ୍(ଟିଏନ୍ସିଏ) ଓ ବିସିସିଆଇ ଉପରେ ନିର୍ଭର କରୁଛି ।