ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ପଟିଆ ସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟ ରେ ଏକ ଉଦଘାଟନ ଉତ୍ସବ ରେ ଯୋଗଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ. ଅରୁଣ ସାହୁ ମହାବିଦ୍ୟାଳୟ ର ରଜତ ଜୟନ୍ତୀ ମୁଖ୍ୟଦ୍ବାରକୁ ଉଦଘାଟନ କରିଛନ୍ତି । ଫନି ବାତ୍ୟା ଯୋଗୁଁ କ୍ଷୟକ୍ଷତି ହୋଇଥିବା କଲେଜରେ ବିଜ୍ଞାନ ଭବନ ସମ୍ବିଳନୀ କକ୍ଷର ନବନିର୍ମାଣ କୁ ମଧ୍ୟ ଉଦଘାଟନ କରିଛନ୍ତି। ମହାବିଦ୍ୟାଳୟ ର ସବୁଜିମା , ଖେଳପଡିଆ ,ଶୈକ୍ଷିକ ବ୍ୟବସ୍ଥା ଆଦିକୁ ସମୀକ୍ଷା କରିଥିଲେ ।
କଲେଜ ଅଧ୍ୟକ୍ଷ ପ୍ରଶାନ୍ତ ରାଉତ ଙ୍କ ସଭାପତିତ୍ବରେ ଆୟୋଜିତ ଏକ ସମ୍ବର୍ଦ୍ଧନ ସଭାରେ “ମୋ କଲେଜ” ଅଭିଯାନର ସଦସ୍ୟ ଶ୍ରୀ ତନ୍ମୟ ସ୍ବାଇଁ , ପୂର୍ବତନ କର୍ପୋଟର ଜୟନ୍ତୀ ଜେନା କଲେଜର ପାଞ୍ଚଶହ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ , ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀ ଓ ଶୁଭେଚ୍ଛୁ ଆଦି ଯୋଗ ଦେଇଥିଲେ ।